୧୦୦ ମଣିଷ ମାରି କୁମ୍ଭୀରକୁ ଖୁଆଇଦେଲା ଡାକ୍ତର

Spread the News

ଡାକ୍ତରଙ୍କୁ ୨ୟ  ଭଗବାନ ବୋଲି  କୁହାଯାଏ। ହେଲେ ଏବେ ସେ ସଂଜ୍ଞା ବଦଳି ଯାଇଛି। ଏମିତି ଏକ ଡାକ୍ତର ଏବେ ସାମ୍ନାକୁ ଆସିଛନ୍ତି।  ନାଁକୁଥିଲା ଡାକ୍ତର । ପେଶାରେ ଥିଲେ ହାର୍ଡକୋର କ୍ରିମିନାଲ । ସିରିଏଲ କିଲର । ଯାହାର ଶିକାର ହୋଇଛନ୍ତି ୧୦୦ରୁ ଅଧିକ ନୀରିହ ଲୋକ । ଗ୍ୟାସ୍ ଟ୍ରକ ଅଟକାଇ ସିଲିଣ୍ଡର ଲୁଟ୍ କରୁଥିଲା । କାର ଭଡାରେ ନେଇ ଡ୍ରାଇଭରଙ୍କୁ ହତ୍ୟା କରୁଥିଲା । ହତ୍ୟା ପରେ ପ୍ରମାଣ ଲୁଚାଇବାକୁ କୁମ୍ଭୀର ଭର୍ତ୍ତି ନଇରେ ଫୋପାଡି ଦେଉଥିଲା । ତା’ ବିରୋଧରେ ଥିବା ସବୁ ପ୍ରମାଣକୁ କୁମ୍ଭୀର ନଷ୍ଟ କରୁଥିଲେ । ଭାରତର ସବୁଠାରୁ ବଡ ଓ ଜଘନ୍ୟ ସିରିଏଲ କିଲର ଏବେ ନିଜ ରହସ୍ୟ ନିଜେ ଖୋଲିଛି । କହିଛି ୫୦ ନୁହେଁ ୧୦୦ରୁ ଅଧିକ ଲୋକଙ୍କୁ ମାରିଛି । ଏହି ସୈତନା ଡାକ୍ତରର ନାମ ହେଉଛି ଦେବେନ୍ଦ୍ର ଶର୍ମା ।

ଡାକ୍ତର ଭଳି ପେଶାରେ ରହି ମଧ୍ୟ କିଭଳି ଜଣେ ନୃଶଂସ ଭାବରେ ଜୀବନ ନେଇପାରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନରେ ପେଶାରେ ଡାକ୍ତର ଥିବା ଦେବେନ୍ଦ୍ର ଶର୍ମାକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର ସାମ୍ନାକୁ ଆସିଛି । 

ଦେବେନ୍ଦ୍ର ଶର୍ମା ନାମକ ଏହି ଡାକ୍ତରକୁ ଗତକାଲି ଦିଲ୍ଲୀରୁ ଧରାଯାଇଛି । ସେ କିଡ୍‌ନୀ ଚୋରି ମାମଲାରେ ଗତ ୧୬ ବର୍ଷ ଧରି ଜେଲଦଣ୍ଡ ଭୋଗୁଥିଲା । ତେବେ ସେ  ପାରୋଲରେ ବାହାରକୁ ଆସିବା ପରେ ଗାଏବ ହୋଇଯାଇଥିଲା ।  ଖବର ମୁତାବକ ୨୦ ଦିନ ପରେ ତାକୁ ପୁଣିଥରେ ଜେଲ ଯିବାର ଥିଲା, କିନ୍ତୁ ସେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲା । କହିରଖୁଛୁ ଧରା ପଡ଼ିବା ପରେ ଏବେ ତା କଳା କାରନାମାର ବନ୍ଦ ଚିଠି ଖୋଲିବାରେ ଲାଗିଛି । ଦେବେନ୍ଦ୍ର ଶର୍ମା ରାଜସ୍ଥାନରେ ଡାକ୍ତର ଥିବାବେଳେ ଆରମ୍ଭ କରିଥିଲା ଅପରାଧର ଯାତ୍ରା ।

Tags: