ଏଥର ରକ୍ଷା ବନ୍ଧନରେ ପଡିବ ଏହି ରାଶିଗୁଡିକର ଶୁଭ ଯୋଗ

Spread the News

ଅଗଷ୍ଟ ୩ ପବିତ୍ର ରକ୍ଷାବନ୍ଧନ । ଏହି ପର୍ବକୁ ସମଗ୍ର ଭାରତ ବର୍ଷରେ ଖୁବ୍ ଧୁମଧାମରେ ପାଳନ କରାଯାଏ । ଏହି ରକ୍ଷା ବନ୍ଧନ ଦିବସରେ ଭଉଣୀ ନିଜ ହାତରେ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିଥାଏ ଏବଂ ନିଜ ଭାଇର ଦୀର୍ଘାୟୁର କାମନା କରିଥାଏ । ଭାଇ ନିଜ ଭଉଣୀଙ୍କୁ କଥା ଦିଅନ୍ତି ଯେ, ସେ ତାଙ୍କୁ ରକ୍ଷା କରିବେ । ଚଳିତ ବର୍ଷ ରକ୍ଷାବନ୍ଧନ ସ୍ଵତନ୍ତ୍ର ହେବାକୁ ଯାଉଛି । କାରଣ ରାକ୍ଷୀ ଦିନରେ ଏକ ବିଶେଷ ଯୋଗ ରହିଛି ।

ପଣ୍ଡିତମାନଙ୍କ ଅନୁସାରେ ଚଳିତ ବର୍ଷ ରାକ୍ଷୀରେ ରାହୁ, ମିଥୁନ ରାଶିରେ ରହିବ ଓ କେତୁ, ଧନୁ ରାଶିରେ ରହିବେ । ଯାହାଫଳରେ ଏଦିନ ଏକ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହା ପୂର୍ବରୁ ଏହି ଯୋଗ ୫୫୮ ବର୍ଷ ଆଗରୁ ଅର୍ଥାତ ୧୪୬୨ରେ ସୃଷ୍ଟି ହୋଇଥିଲା । ୧୪୬୨ରେ ମଧ୍ୟ ରାହୁ ଓ କେତୁ ଏହି ସ୍ଥିତିରେ ଥିଲେ । ପଣ୍ଡିତ ମାନଙ୍କ ଅନୁସାରେ ଚଳିତ ବର୍ଷ ରକ୍ଷାବନ୍ଧନରେ ଗୁରୁ ନିଜ ରାଶି ଧନୁରେ ଓ ଶନି ମକର ରାଶିରେ ବ୍ରକ ରହିବେ । ଯେତେବେଳେ ଚନ୍ଦ୍ର ମଧ୍ୟ ଶନି ସହିତ ମକରରେ ରହିବେ । ଯାହାକି ବହୁତ ଶୁଭ ଯୋଗ ଅଟେ ।

୧୨ଟି ରାଶି ଉପରେ ପଡ଼ିବ ଗ୍ରହର ପ୍ରଭାବ :

ରକ୍ଷାବନ୍ଧନ ଦିନ ସୃଷ୍ଟି ହେଉଥିବା ଏହି ଯୋଗରେ ମେଷ, ବୃଷ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ ଏବଂ ଏମାନଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଏତିକି ନୁହେଁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ତଥାପି ମିଥୁନ, ସିଂହ, ତୁଳା ଓ କୁମ୍ଭ ରାଶିର ଲୋକମାନେ ଟିକିଏ ସତର୍କ ରହିବାକୁ ପଡିବ । କର୍କଟ ରାଶିର ବିଶେଷଙ୍କ ଉପରେ ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିବ ।

ରାକ୍ଷୀ ବାନ୍ଧିବାର ସଠିକ ସମୟ :

୩ ତାରିଖରେ ସକାଳ ୭ ଘଣ୍ଟା ୩୦ ମିନିଟ୍ ପରେ ଦିନଯାକ ଶ୍ରବଣ ନକ୍ଷତ୍ର ରହିବ । ଏଦିନ ଆପଣ ୯:୨୯ ମିନିଟ୍ ପରେ ଦିନଯାକ ଯେଉଁ ସମୟରେ ମଧ୍ୟ ରାକ୍ଷୀ ବାନ୍ଧି ପାରିବେ । ଏହି ପର୍ବ ପୂର୍ଣ୍ଣିମା ତିଥିରେ ପଡ଼ିଥାଏ । ଏଥିପାଇଁ ଆପଣ ଏଦିନ ଗୁରୁମାନଙ୍କୁ ମଧ୍ୟ ପୂଜା କରନ୍ତୁ ଓ ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।

ଏପରି ଭାବରେ ବାନ୍ଧନ୍ତୁ ରକ୍ଷାସୂତ୍ର :

ରକ୍ଷାବନ୍ଧନ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ । ସ୍ନାନ ସାରି ଗୋଟିଏ ଥାଳି ନେଇ ସେଥିରେ ସୋରିଷ ଦାନା, କେଶର, ଚନ୍ଦନ, ଚାଉଳ, ଦୁବ ଓ ରକ୍ଷା ସୂତ୍ର ରଖି ନିଅନ୍ତୁ । ଏହି ଥାଳିକୁ ମନ୍ଦିରରେ ରଖି ପୂଜାର୍ଚ୍ଚନା କରନ୍ତୁ । ପୂଜା କରି ସାରିବା ପରେ ନିଜ ଭାଇର ଡ଼ାହାଣ ହାତରେ ରକ୍ଷାସୂତ୍ର ବାନ୍ଧି ନିଅନ୍ତୁ ଏବଂ ମୁହଁ ମିଠା କରାନ୍ତୁ ଅର୍ଥାତ ମିଠା ଖୁଆଇ ଦିଅନ୍ତୁ । ଯଦି ଭାଇ ଛୋଟ ଅଟେ, ତେବେ ସେ ଭଉଣୀର ପାଦ ଛୁଇଁ ନିଶ୍ଚିତ ଭାବେ ଆଶୀର୍ବାଦ ଗ୍ରହଣ କରିବା ଉଚିତ ।

Tags: