ପ୍ରଧାନମନ୍ତ୍ରୀଙ୍କ ନିକଟରେ ନ୍ୟାୟ ଦାବି କଲେ ସୁଶାନ୍ତଙ୍କ ଭଉଣୀ

Spread the News

ସୁଶାନ୍ତ ସିଂ ରାଜପୁକଙ୍କ କେସରେ ଶୁକ୍ରବାର ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ରିୟା ଚକ୍ରବର୍ତ୍ତୀ ଶୁକ୍ରବାର ନିଜର ଏକ ଭିଡିଓ ସେୟାର କରି ନ୍ୟାୟର ଦାବି କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁର ଦେଢ ମାସ ପରେ ରିୟା ପ୍ରଥମଥର ସାମ୍ନାକୁ ଆସି ନିଜ କଥା କହିଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ମାଗିଛନ୍ତି ।

ଶ୍ୱେତା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଡିୟର ସାର୍, ମୋ ହୃଦୟ କହୁଛି କି ଆପଣ ସତ ପାଇଁ ଏବଂ ସତ ସହ ଠିଆ ହୁଅନ୍ତି । ଆମେ ସାଧାରଣ ପରିବାରରୁ । ମୋ ଭାଇ ଯେବେ ବଲିଉଡରେ ଥିଲା ତାର କେହି ଗଡଫାଦର ନଥିଲେ, ନା ଏବେ ଆମ ପାଖରେ କେହି ଅଛନ୍ତି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଏହି କେସକୁ ଆପଣ ଦେଖନ୍ତୁ । ଆଉ ଏହି କଥାର ଧ୍ୟାନ ରଖାଯାଉ ଯେ ସବୁ କିଛି ଠିକ୍ ରୂପେ ଯାଞ୍ଚ ହେବ । ସେହିପରି କୌଣସି ସାକ୍ଷୀକୁ ନଷ୍ଟ ନକରାଯାଉ । ନ୍ୟାୟର ଆଶା କରୁଛି ।’

ଇନଷ୍ଟା ପୋଷ୍ଟ ବ୍ୟତୀତ ଶ୍ୱେତା ଟୁଇଟରରେ ମଧ୍ୟ ପିଏମ ମୋଦିଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ । ମୁଁ ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ଅନୁରୋଧ କରୁଛି। ଆମେ ନ୍ୟାୟିକ ବ୍ୟବସ୍ଥାରେ ବିଶ୍ୱାସ କରୁ ଏବଂ ଯେକୌଣସି ପରିସ୍ଥିତିରେ ଆମେ ନ୍ୟାୟର ଆଶା ମଧ୍ୟ କରୁଛୁ । #JusticeForSushant #SatyamevaJayat.’

ପ୍ରକାଶ ଥାଉକି ଭାଇ ସୁଶାନ୍ତଙ୍କୁ ହରାଇବା ଦିନଠୁ ସୋସିଆଲ ମିଡିଆରେ ନିଜର ଭାବନା ସେୟାର କରୁଥିବାର ନଜର ଆସୁଛନ୍ତି ଶ୍ବେତା । ଆଉ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଅନେକ ଜିନିଷ ସେ ପୋଷ୍ଟ ମଧ୍ୟ କରୁଛନ୍ତି । ନିକଟରେ ସେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ସୁଶାନ୍ତ ଜୁନ ୨୯ ରୁ ନିଜ ଦିନ କିପରି ଆରମ୍ଭ କରିବେ ବୋଲି ଏକ ପ୍ଲାନିଂ ବୋର୍ଡରେ ରୁଟିନ ଲେଖିଥିଲେ ।

ସେହିପରି ସୁଶାନ୍ତ ଜୁନ ୨୯ ରୁ ନିଜ ରୁଟିନ ଉପରେ ଲେଖିଥିଲେ ଯେ ସକାଳେ ଶୀଘ୍ର ଉଠି ବେଡ ସଫା କରିବେ, କଣ୍ଟେଣ୍ଟ ଥିବା ଫିଲ୍ମ ଓ ସିରିଜ ଦେଖିବେ, ଗିଟାର ଶିଖିବେ, ୱାର୍କଆଉଟ କରିବେ, ମୋଟିଭେଶନ କରିବା ସହ ନିଜ ଆଖାପାଖ ସ୍ଥାନକୁ ସ୍ୱଚ୍ଛ ରଖିବେ।