ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ନାମରେ ଏତଲା

Spread the News

କୋଭିଡ୍‍ କଟକଣା ଉଲଂଘନ କରିଥିବା ଅଭିଯୋଗରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ  ନାମରେ ସ୍ଥାନୀୟ ଥାନାରେ ବିଜେପି ପକ୍ଷରୁ ଏତଲା ଦିଆଯାଇଛି । ଶୁକ୍ରବାର ଜାତମୁଣ୍ଡିଆଠାରେ ବାଙ୍କୀର ଜଣେ ବିଜେଡି ନେତାଙ୍କ ପେଟ୍ରୋଲ ପମ୍ପ ଉଦ୍‍ଘାଟନ କରାଯାଇଥିଲା। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ସେଠାରେ ବହୁ ବ୍ୟକ୍ତିଙ୍କ ସମାଗମ ହୋଇଥିଲା ।  ଏକତ୍ରିତ ହୋଇଥିବା ବହୁ ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ମୁହଁରେ ମାସ୍କ ନଥିବାବେଳେ ମାତ୍ର କେତେକ ଲୋକ ପରିଧାନ କରିଥିଲେ। ନିୟମତଃ କୋଭିଡ୍‍ କଟକଣା ଦୃଷ୍ଟିରୁ କୈାଣସି ସ୍ଥାନରେ ଏକାଧିକ ଲୋକଙ୍କ ସମାଗମ ଉପରେ ସରକାର କଟକଣା ଜାରି କରିଛନ୍ତି। ଏପରିକି ବିବାହ, ବ୍ରତଘର, ଦଶାହ ଆଦି କାଯ୍ୟକ୍ରମରେ ଅତି ବେଶୀରେ ୨୦ରୁ ୫୦ ଜଣଙ୍କ ମଧ୍ୟରେ କାର୍ଯ୍ୟ ସମାପନ କରାଯିବାକୁ ନିର୍ଦେଶ ରହିଛି। ନିକଟରେ ବୈଦ୍ୟେଶ୍ୱର ନିକଟସ୍ଥ ପୋଡାପାଟଣା ଗ୍ରାମରେ ଏମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସମାଗମ ହୋଇଥିବାନେଇ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପୁଲିସ୍‍ ପକ୍ଷରୁ ନିଜଆଡୁ ମାମଲା ରୁଜୁ କରିବା ସହିତ ୬୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। କିନ୍ତୁ ଶୁକ୍ରବାର ଜାତମୁଣ୍ଡିଆ ପେଟ୍ରୋଲ ପମ୍ପ ଉଦ୍‍ଘାଟନ ସମୟରେ କିପରି ଭାବରେ ସରକାରୀ ନିତି ନିୟମକୁ ଅଣଦେଖା କରାଗଲା ଏବଂ ଜଣେ ବର୍ଷିଆନ ରାଜନେତା ନିୟମ ଉଲଂଘନ କରି ଦଳୀୟ କର୍ମୀଙ୍କୁ ସାଙ୍ଗରେ ଧରି ଏହାର ଉଦ୍‍ଘାଟନୀ କଲେ ତାହା ଏଠାରେ ଆଲୋଚନାର ବିଷୟ ହୋଇଛି। ଜଣେ ସାଧାରଣ ଲୋକ ମୁହଁରେ ମାସ୍କ ନପିନ୍ଧିଲେ ତାକୁ ଜୋରିମନା ଦେବାକୁ ପଡୁଥିବାବେଳେ ଜାତମୁଣ୍ଡିଆ ଠାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଶାସନ ଅଧିକାରୀମାନେ କିପରି ଜାଣିପାରିଲେ ନାହିଁ ବୋଲି ବିଜେପି ନେତାମାନେପ୍ରଶ୍ନ କରିଛନ୍ତି।

Tags: