କଟକରେ ବୃଦ୍ଧି କରାଯିବ ଶଯ୍ୟା ସଂଖ୍ୟା

Spread the News

ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଗତ ୫ ଦିନ ମଧ୍ୟରେ କଟକରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏହାର ମୁକାବିଲା ପାଇଁ କଟକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ।

ସେ କହିଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ କଟକରେ ଶଯ୍ୟା ସଂଖ୍ୟା ବଢ଼ିବ । କଟକ ଅଶ୍ୱିନୀ ହସ୍ପିଟାଲରେ ୧୫୦ରୁ ୨୦୦କୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଏଥିସହ ଆକ୍ଟିଭ ସର୍ଭିଲେନ୍ସ ମଧ୍ୟ ବୃଦ୍ଧି କରାଯାଇଛି । ଭୁବନେଶ୍ୱର ଓ ଯାଜପୁର ଭଳି କଟକରେ ମଧ୍ୟ କରୋନା ମୁକାବିଲା ଲାଗି ଆବଶ୍ୟକୀୟ ଶଯ୍ୟା ଅଛି।

ଅନଲକ-୩ ପାଇଁ ଆର୍ଥିକ କାରବାରକୁ ଗୁରୁତ୍ୱ ଦିଆଯାଇଛି। ଏହି ପର‌୍ୟ୍ୟାୟରେ ଦୋକାନ ଓ ବଜାର ଖୋଲାକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଲୋକେ ଜରୁରୀକାମ ଥିଲେ ବାହାରକୁ ଯାଆନ୍ତୁ। ସାମାଜିକ ଦୂରତା ରକ୍ଷାକରି ମାସ୍କ ପିନ୍ଧି ବାହାରକୁ ଯାଆନ୍ତୁ ବୋଲି ସେ କହିଛନ୍ତି ।

Tags: