ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ଛାତ୍ରୀ

Spread the News

ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା। ରାଇଘର ଥାନା ଅନ୍ତର୍ଗତ ଉଦୟପୁର ଡିଏନକେ ଗ୍ରାମର ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କରିଛନ୍ତି।

ଏହି ଛାତ୍ରୀ ଜଣକ ଡିଏନକେ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ତେବେ ଫଳ ପ୍ରକାଶ ପାଇବାପରେ ସେ ଫେଲ ହେବାର ଖବର ପାଇ ମାନସିକ ଭାରସାମ୍ୟ ହରାଇଥିଲେ। ଏହାପରେ ରବିବାର ମଧ୍ୟାହ୍ନରେ ନିଜ ଶୋଇବା ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷ କହିଛନ୍ତି।ଖବର ପାଇବା ପରେ ରାଇଘର ଥାନା ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି। ଏଥିସହ  ପୁଲିସ୍‌ ରାଇଘର ଥାନାରେ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛ।

Tags: