ସୁଖ ଦୁଃଖର ସାଥୀ ବନ୍ଧୁ

Spread the News

ବନ୍ଧୁ ପାଇଁ ଦିନଟିଏ । ଆଜି ବନ୍ଧୁତ୍ବ ଦିବସ । ଆଜିର ଦିନରେ ସାଙ୍ଗମାନେ ପରସ୍ପରକୁ ସୁନ୍ଦର ସୁନ୍ଦର ଉପହାର ଦେଇ ଶୁଭେଚ୍ଛା ଜଣାଇଥାନ୍ତି । ଜୀବନରେ ବନ୍ଧୁତ୍ବର ମହତ୍ତ୍ବ ସବୁଠୁ ଉର୍ଦ୍ଧ୍ବରେ । ରକ୍ତ ସମ୍ପର୍କ ଠାରୁ ବି ମଜବୁତ । ସେଥିପାଇଁ ତ କୁହନ୍ତି ସାଙ୍ଗଟିଏ ଥିଲେ ସବୁ ଦୁଃଖ ଯେପରି ପାଶୋରୀ ଯାଏ । ପ୍ରତ୍ୟେକ ବର୍ଷ ଆଜିର ଦିନକୁ ଯୁବପିଢୀ ଖୁବ ଧୁମଧାମରେ ପାଳନ କରୁଥିବା ବେଳେ ମହାମାରୀ କୋରୋନା ଯୋଗୁଁ ଏହା ଫିକା ପଡିଯାଇଛି । ହେଲେ ଅନଲାଇନରେ ଜମୁଛି ଫ୍ରେଣ୍ଡସିପ ଡେ ।

ସୋସିଆଲ ମିଡିଆରେ ପରସ୍ପରକୁ ୱିସ କରି ସଭିଏଁ ପାଳୁଛନ୍ତି ବନ୍ଧୁତ୍ୱ ଦିବସ । କୋରୋନା କଟକଣା ହେତୁ ହୋଟେଲ, ରେସ୍ତୋରାଁ, ପାର୍କ ଆଦିରେ ପ୍ରତିବନ୍ଧକ ହେତୁ ଅନଲାଇନରେ ଜମୁଛି ଉତ୍ସବର ମାହୋଲ । ନିଜ ସାଙ୍ଗମାନଙ୍କର କିଛି ଫଟୋ, ଭିଡିଓ ଆଦି ତିଆରି କରି ଫେସବୁକ, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ ଆଦିରେ ପରସ୍ପରକୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ଲକଡାଉନ ଯୋଗୁଁ ସମସ୍ତେ ଘରେ ଥିବା ହେତୁ ବିଭିନ୍ନ ପ୍ରକାରର କ୍ରିଏଟିଭିଟି ଜରିଆରେ ସାଙ୍ଗମାନଙ୍କୁ ସରପ୍ରାଇଜ ମଧ୍ୟ ଦେଉଛନ୍ତି । ଆଉ ପୁରୁଣା ସ୍ମୃତି ସାଉଁଟୁଛନ୍ତି ।

ସାଧାରଣତଃ ଆଜିର ଦିନରେ ଚକଲେଟ ଓ ଫ୍ରେଣ୍ଡସିପ ବ୍ୟାଣ୍ଡର ଅଧିକ ଚାହିଦା ଥାଏ । ବଜାରରେ ମଧ୍ୟ ଦୋକାନ ମାନଙ୍କରେ ଭିଡ ଜମିଥାଏ । ହେଲେ କୋଭିଡ କଟକଣା ହେତୁ ସବୁକିଛି ଫିକା ପଡିଯାଇଛି ।

ଅଗଷ୍ଟ ମାସ ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତା ଦିବସ ଭାବେ ସାରା ବିଶ୍ୱ ପାଳନ କରେ । ୧୯୩୦ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ କରାଯାଇଥିଲା । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ଘୋଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି ।