ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହଙ୍କୁ କରୋନା

Spread the News

ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହଙ୍କର ରବିବାର ଦିନ କରୋନା ରିପୋର୍ଟ ପଜିଟିଭ ଆସିଛି । ଟ୍ୱିଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ଦେବଙ୍କ ମଧ୍ୟରେ ପ୍ରାଥମିକ କରୋନା ଲକ୍ଷଣ ପରିଲକ୍ଷିତ ହେବାପରେ ଶନିବାର ଦିନ ସେ ଯାଞ୍ଚ କରାଇଥିଲେ । ରବିବାର ଦିନ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶରେ ସେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି । ସମସ୍ତଙ୍କୁ ସଚେତନ ରହିବାକୁ ଏବଂ ସରକାରୀ ଗାଇଡଲାଇନ ପାଳନ କରିବାକୁ ସେ ଅପିଲ କରିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜକୁ କ୍ଵାରେଣ୍ଟାଇନ କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ ନିଜର ଯାଞ୍ଚ କରାନ୍ତୁ।