ଏହି ଦିନ ହେବ ‘ବିଗ ବସ ୧୪’ର ଟେଲିକାଷ୍ଟ

Spread the News

ଛୋଟ ପରଦାରର ଫେମସ ରିୟାଲିଟି ଶୋ ‘ବିଗ ବସ ୧୪’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଏଯାବତ ଶୋ ସହ ସମ୍ପୃକ୍ତ ଅନେକ ଖବର ସାମ୍ନାକୁ ଆସିସାରିଛି । ଆଉ ଏବେ ବିଗ ବସ ୧୪ର ପ୍ରିମିୟର ଡେଟ ବିଷୟରେ ଖୁଲାସା ହୋଇଯାଇଛି । ଯାହା ଦର୍ଶକଙ୍କ ପାଇଁ ଗୁଡନ୍ୟୁଜ । ସୁପରଷ୍ଟାର ସଲମାନ ଖାନଙ୍କ ଏହି ଶୋ ସେପ୍ଟେମ୍ବରରେ ଟିଭିରେ ଦେଖିବେ ଦର୍ଶକ।

ଶୁଣିବାକୁ ମିଳୁଛି ଯେ ସେପ୍ଟେମ୍ବର ୨୦ରେ ଶୋ ଟେଲିକାଷ୍ଟ କରିବା ପାଇଁ ଯୋଜନା କରିଛନ୍ତି ମେକର୍ସ । ହେଲେ ଏଯାବତ ମେକର୍ସଙ୍କ ତରଫରୁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ । ସେମିତି ବି ଏହି ଖବର ଦର୍ଶକଙ୍କୁ ଖୁସି କରିଦେଇଥିବ । କାରଣ ଦୀର୍ଘ ସମୟରୁ ଏହି ଚର୍ଚ୍ଚିତ ଶୋ ଦେଖିବାକୁ ବ୍ୟାକୁଳ ଅଛନ୍ତି ସମସ୍ତେ ।

ପ୍ରକାଶ ଥାଉକ ଏବର୍ଷ ‘ବିଗ ବସ ୧୪’ରେ ଜଙ୍ଗଲ ଥିମ ଦେଖିବାକୁ ମିଳିବ । ପୁରା ହାଉସକୁ ଜଙ୍ଗଲରେ ପରିଣତ କରାଯିବ । ଶୋର ମୁଖ୍ୟ ହାଇଲାଇଟ ଲକଡାଇନ ହେବ । ସେହିପରି ଏହାର ଟ୍ୟାଗ ଲାଇନ ‘ବିଗ ବସ ୧୪ ହୋଗା ରଙ୍କିଂ’ ରଖାଯିବ । ସବୁ ସିଜନଠୁ ଭିନ୍ନ ଏବଂ ଶାନଦାର ହେବାକୁ ଯାଉଛି ଏଥର ସିଜନ।