Date: August 5, 2020

Total 34 Posts

ଗଞ୍ଜାମ ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ଟାଟା-କୋଭିଡ଼୍‌-୧୯ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁ ନ ଥିବା ବାରମ୍ବାର ଅଭିଯୋଗ ଆସିବା ପରେ ସେଥିରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯାଇଛି। ଏହି ହସ୍ପିଟାଲ୍‌ର ଶୌଚାଳୟ ବ୍ୟତୀତ ଅନ୍ୟ ସବୁ

ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବ ଇଡି

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅଡୁଆରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଡକାଇଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଇଡି ସମ୍ମୁଖରେ ହାଜର ହେବାକୁ ପଡିବ ।

ଅଗଷ୍ଟ ୬ ରୁ ଆରମ୍ଭ ହେବ ମାଟ୍ରିକ ଖାତା ଚେକିଂ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ସବଜେକ୍ଟିଭ ଓ ଅବଜେକ୍ଟିଭ ପରୀକ୍ଷା ଖାତା ପୁନଃ ଯାଞ୍ଚ୍ ଓ ଉଭୟ ଖାତା ଜେରକ୍ସ କପି ପାଇଁ ଅନ ଲାଇନ ଆବେଦନ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହେବ। ଅନ

ଆଜି କଟକରୁ ୧୪୩ କରୋନା ପଜିଟିଭ ଚିହ୍ନଟ

ବୁଧବାର କଟକରୁ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୪୩ଜଣଙ୍କ ମଧ୍ୟରୁ କଟକ ମାଲଗୋଦାମ୍‌ କଣ୍ଟେନମେଣ୍ଟ ଜୋନ୍‌ରୁ ୬୨ଜଣ ପୁରୁଷ ଓ ୫୦ଜଣ ମହିଳାଙ୍କ ଆଜି କରୋନା ରିପୋର୍ଟ

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ମିଳିଲା ଏଭଳି ତଥ୍ୟ

ଜୁନ ୧୪ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଥିବା ନେଇ ଖବର ମିଳିଥିଲା। ୧୪ମହଲା ଉପରୁ ତଳକୁ ଡେଇଁ ସେ ଜୁନ ୯ତାରିଖ ରାତି

ଲଘୁଚାପ ବର୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଆଲର୍ଟ

ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ଘନୀଭୂତ ହୋଇଥିବାବେଳେ ଆଉ ଏକ ଲଘୁଚାପ ଅଗଷ୍ଟ ୯ତାରିଖରେ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି କରିବା ସହ

ଗାୟକ ଏସ୍‌. ପି. ବାଲସୁବ୍ରମଣ୍ୟମଙ୍କୁ କରୋନା

ଭାରତୀୟ ଚଳଚ୍ଚିତ୍ର ଜଗତର ଜଣାଶୁଣା ଗାୟକ ଏସ୍.ପି. ବାଲସୁବ୍ରମଣ୍ୟମ୍ କରୋନା ଆକ୍ରାନ୍ତ।  ବାଲସୁବ୍ରମଣ୍ୟମ୍ ନିଜେ ଫେସ୍‌ବୁକ୍‌ରେ ଏକ ଭିଡିଓ ସେୟାର୍ କରି ଏହା ପ୍ରକାଶ କରିଛନ୍ତି। ପରୀକ୍ଷା କରାଇବା ଏବଂ ଆରମରେ ସୁସ୍ଥ ହେବା ପାଇଁ ଓ ପରିବାର ପ୍ରତି ବିପଦ

କୋଭିଡ୍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନ‌ା ସହ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଆଜି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ  ନିରବ ପ୍ରାର୍ଥନା କରିଛି। କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରି ସମ୍ମାନ ଜଣାଇଛି ସାରା ଓଡ଼ିଶା। ୧ ମିନିଟ୍ ଲାଗି ଅଟକି ଯାଇଛି

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୨୫୫ ଜଣ

ରାଜ୍ୟରେ ଆଉ ୧୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । Another #COVID19 1255 patients have recovered and are being discharged on

ମାଲଗୋଦାମ ଖୋଲିବା ନେଇ ଗାଇଡଲାଇନ୍ ଜାରି

ମାଲଗୋଦାମ ସଂଲଗ୍ନ ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବ। କଟକ ଚାମ୍ବର ଅଫ କମର୍ସର ଚିଠି ଆଧାରରେ ସିଏମସି ଏହି ନିଷ୍ପତ୍ତି ନେଇଛି। ସିଏମସିର ନିଷ୍ପତ୍ତି ଅନୁସାରେ, ଅଣ ଅତ୍ୟାବଶ୍ୟକ ଦୋକାନ/ଗୋଦାମ ସକାଳ ୭ଟାରୁ ୧୦

ସମସ୍ତଙ୍କୁ ଆକୃଷ୍ଟ କରୁଛି ସୁଦର୍ଶନଙ୍କ ‘ଜୟ ଶ୍ରୀରାମ’ ବାଲୁକାକଳା

ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ଲାଗି ବୁଧବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିଛନ୍ତି। ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବର ବାତାବରଣ ଦେଖିବାକୁ ମିଳିଛି। ଏହି ଦିନଟି