ଅଗଷ୍ଟ ୬ ରୁ ଆରମ୍ଭ ହେବ ମାଟ୍ରିକ ଖାତା ଚେକିଂ

Spread the News

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ସବଜେକ୍ଟିଭ ଓ ଅବଜେକ୍ଟିଭ ପରୀକ୍ଷା ଖାତା ପୁନଃ ଯାଞ୍ଚ୍ ଓ ଉଭୟ ଖାତା ଜେରକ୍ସ କପି ପାଇଁ ଅନ ଲାଇନ ଆବେଦନ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହେବ। ଅନ ଲାଇନ ଆବେଦନର ସମସ୍ତ ନିୟମାବଳୀ ବୋର୍ଡର ୱେବସାଇଟ www.bseodisha.ac.in ରେ ଉପଲବ୍ଧ ହେଉଛି।

ଆବେଦନ କରିବାକୁ ଚାହୁଁଥିବା ପରୀକ୍ଷାର୍ଥୀ ଆସନ୍ତା ୧୮ ତାରିଖ ମଧ୍ୟ ରାତ୍ରି ସୁଦ୍ଧା ଷ୍ଟେଟ ବ୍ୟାଙ୍କ କଲେକ୍ଟ୍ ମାଧ୍ୟମରେ ଫି ଦାଖଲ କରିପାରିବେ। ଯେଉଁମାନେ ଶେଷ ମୁହୂର୍ତ୍ତ ରେ ଫି ଦାଖଲ କରିବେ ସେମାନେ ଅଗଷ୍ଟ ୧୯ ତାରିଖରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମ ଦାଖଲ କରିପାରିବେ। ବୋର୍ଡ କର୍ତ୍ତୃପକ୍ଷ ପୁନଃ ଯାଞ୍ଚ୍ ପ୍ରକ୍ରିୟାକୁ ଆସନ୍ତା ୩ ମାସ ଭିତରେ ସମାପ୍ତ କରି ସଂଶୋଧିତ ସାର୍ଟିଫିକଟେ ପ୍ରଦାନ କରିବେ ଓ ଆବେଦନକାରୀ ମାନେ ଖାତାର ଜେରକ୍ସ କପି ବୋର୍ଡ ୱେବସାଇଟ ରୁ ଡାଉନଲୋଡ କରିନେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଅଫ୍ ଲାଇନ ରେ ବୋର୍ଡ ର ମୁଖ୍ୟ କାର୍ଯ୍ୟାଳୟ ବା ଯେ କୌଣସି ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟଦିବସରେ ପୁନଃ ଯାଞ୍ଚ୍ ବା ଜେରକ୍ସ କପି ପାଇଁ ଆବେଦନ କରିପାରିବେ।

Tags: