ରାଜ୍ୟରେ କରୋନା ଯୋଗୁ ଆଖି ବୁଜିଲେ ୯ ଆକ୍ରାନ୍ତ

Spread the News

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫, ଗଜପତି, କେନ୍ଦୁଝର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖା ପ୍ରାଣ ହରାଇଛନ୍ତି। କେନ୍ଦୁଝର ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବା ବେଳେ  ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୧୧୭ ଛୁଇଁଛି। ଏହାବ୍ୟତୀତ ଗଜପତିରେ ୧୪, ଖୋର୍ଦ୍ଧାରେ ୩୧,ସୁନ୍ଦରଗଡ଼ରେ ୧୧ରେ ଏହି ସଂଖ୍ୟା ପହଞ୍ଚିଛି।

Tags: