ସହକାରୀ ବନ ସଂରକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Spread the News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଆଜି ସକାଳେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା।

ପ୍ରଶାନ୍ତଙ୍କ ପୁରୀ ଅଫିସ, ଭଡ଼ାଘର, ଢେଙ୍କାନାଳରେ ଥିବା ଶ୍ୱଶୁର ଘର, ବାଲିଅନ୍ତା ସିସିଲୋରେ ଥିବା ନିଜ ପୈତୃକ ଘର ଓ ଭୁବନେଶ୍ୱରର ମହାଭୋଇ ନଗରରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଭିଜିଲାନ୍ସ ବିଭାଗର ପାଞ୍ଚଟି ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି।

Tags: