ଆଦିତ୍ୟଙ୍କ ସହଯୋଗୀ ଓ ବିଦ୍ୟାଶ୍ରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

Spread the News

ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମାନାକୁ ଆସିଛି । ଜିଆରପି ପରେ ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଆଦିତ୍ୟଙ୍କ ସହଯୋଗୀ, ପତ୍ନୀ ବିଦ୍ୟାଶ୍ରୀ ଏବଂ ପରିବାର ଲୋକଙ୍କ ଥରେ ଜେରା କରାଯାଇଥିଲେ ମଧ୍ୟ ପୁଣି ଥରେ ଆଦିତ୍ୟଙ୍କ ପତ୍ନୀ ଓ ସହକର୍ମୀଙ୍କୁ ଜେରା କରାଯିବ ବୋଲି ଜଣାପଡିଛି । ତେବେ ଆବଶ୍ୟକ ପଡ଼ିଲେ କ୍ରାଇମବାଞ୍ଚ ପକ୍ଷରୁ ଜେରା କରାଯାଉଥିବା ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ। ଏନେଇ ତଦନ୍ତକାରୀ ଟିମରେ ଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାସହ ଆଦିତ୍ୟଙ୍କ ସହକର୍ମୀ ପପୁ, ବିକାଶ, ପ୍ରୀତମ ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ପୁଣି ଥରେ କ୍ରାମଇବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ସେମାନଙ୍କୁ ଜେରା କରିବାକୁ ଯୋଜନା ଥିବା ଜଣାପଡିଛି ।

Tags: