କୋଭିଡ ମୁକାବିଲା ପାଇଁ ୨ୟ କିସ୍ତି ଦେଲା କେନ୍ଦ୍ର, ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

Spread the News

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ୨ୟ କିସ୍ତି ଅର୍ଥ ସହାୟତା । ଓଡିଶା ସମେତ ୨୨ଟି ରାଜ୍ୟ ପାଇଁ ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ମୋଟ ୮୯୦ କୋଟି ୩୨ ଲକ୍ଷ ଟଙ୍କାର ସହାୟତା ରାଶି ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଘୋଷଣା କରିଛନ୍ତି ମୋଦି ସରକାର । ଏହା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୩ ହଜାର କୋଟି ଟଙ୍କା ସହାୟତା ଦେଇଥିଲେ ।

ଏନେଇ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଏହାସହ ସେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏହି ଅର୍ଥ ସହାୟତା ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟୁଇଟରେ ଉଲ୍ଲେଖ କରିଛନ୍ତି ।

Tags: