ସିନା ବୋରା ହତ୍ୟାକାଣ୍ଡ: ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ

Spread the News

ବହୁଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତ୍ୟେକ୍ଷ ସାକ୍ଷୀକୁ ପ୍ରଭାବିତ କରିବା ଆଶଙ୍କାରେ କୋର୍ଟ ଇନ୍ଦ୍ରାଣୀଙ୍କ ଏହି ଆବେଦନକୁ ଖାରଜ କରିଥିବା ଜଣାପଡିଛି ।

ଡାକ୍ତରୀ ଭିତ୍ତିରେ ଏକାଧିକ ଥର ଜାମିନ ପାଇବାରେ ବିଫଳ ହେବା ପରେ ଗତ ବର୍ଷ ଡିସେମ୍ବରରେ ମୁଖାର୍ଜୀ ଏହି ମାମଲାରେ ଆଉଥରେ ଜାମିନ ଆବେଦନ କରିଥିଲେ । ହେଲେ ବୁଧବାର ଏହି ଆବେଦକୁ ଖାରଜ କରିଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଜେସି ଜଗଦଲେ । ଏହି ମାମଲାରେ ଅଭିଯୁକ୍ତ ପିଟର ମୁଖାର୍ଜୀଙ୍କ ପୁଅ ରାହୁ ମୁଖାର୍ଜୀ, ଇନ୍ଦ୍ରାଣୀଙ୍କ ଝିଅ ବିଧି ଏବଂ ତାଙ୍କ ପୂର୍ବତନ ସ୍ୱାମୀ ତଥା ଏହି ମାମଲାର ଆଉ ଜଣେ ଅଭିଯକ୍ତ ସଞ୍ଜୀବ ଖାନ୍ନା ସାକ୍ଷୀ ରହିଛନ୍ତି । ତେବେ ଏମାନଙ୍କ ସାକ୍ଷ ଗ୍ରହଣ କରିବା ବାକି ରହିଥିବାରୁ ଇନ୍ଦ୍ରାଣୀଙ୍କୁ ଜାମିନ ଦିଆ ନଯିବା ନେଇ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ୱାମୀ ପିଟର ମୁଖାର୍ଜୀ ଉଭୟ ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଏବେ ମୁମ୍ବାଇ ଜେଲରେ ଅଛନ୍ତି । ସିନା ବୋରା ହେଉଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ପ୍ରଥମ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କ ଝିଅ। ୨୦୧୨ ମସିହାରେ ସିନା ବୋରା ହତ୍ୟାକରିବା ମାମଲାରେ ପୋଲିସ ଉଭୟଙ୍କୁ ୨୦୧୫ ମସିହାରେ ଗିରଫ କରିଥିଲା।

Tags: