କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ମୃତ: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

Spread the News

ହସ୍ପିଟାଲରେ ଭୟବହ ଅଗ୍ନିକାଣ୍ଡ । ଘଟଣାରେ ୮ ଜଣଙ୍କ ମୃତ୍ୟୁ । ୪୦ରୁ ଅଧିକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଅହମ୍ମଦାବାଦର ଏକ ଘରୋଇ ହସ୍‌ପିଟାଲରେ । ତେବେ ନିଆଁ ଯାଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସ୍ପିଟାଲ ଆଇସିୟୁ ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଫଳରେ ସେଠାରେ ଅନ୍ୟ ରୋଗ ପାଇଁ ଚିକିତ୍ସିତ ହେଉଥିବା କିଛି ରୋଗୀ ଗୁରୁତର ହୋଇଛନ୍ତି । ସେହିଭଳି ପ୍ରାୟ ୪୦ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ହଠାତ୍‌ ଏଭଳି ନିଆଁ ଲାଗିଲା କାହିଁକି, ସେନେଇ ତଦନ୍ତ ଚାଲିଛି । କିନ୍ତୁ ଏଯାଏଁ କାରଣ ସ୍ପଷ୍ଟ ହୋଇ ପାରିନାହିଁ । ଅନ୍ୟପଟେ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି ।

Tags: