ଦିଶାଙ୍କ ପିତା କରୋନା ସଂକ୍ରମିତ

Spread the News

ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ପିତା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ପାୱାର ଡିପାର୍ଟମେଣ୍ଟ ଭିଜିଲାନ୍ସ ୟୁନିଟ୍ ର ଅନ୍ୟ ଦୁଇଜଣ ଅଧିକାରୀଙ୍କ କରୋନା ପଜିଟିଭ ବୋଲି ଜଣାପଡିଛି । ଦିଶାଙ୍କ ପିତା ରାଜ୍ୟ ବିଦ୍ୟୁତ ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି ଏସପି ଅଛନ୍ତି । ଆଡିସନାଲ ସିଏମଓ ଅଶୋକ କୁମାର ଜଗଦୀଶ ଏବଂ ଅନ୍ୟ ଦୁଇ ଅଧିକାରୀଙ୍କୁ କରୋନା ଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଜଗଦୀଶ ଏବଂ ଅନ୍ୟ ଦୁଇଜଣ ଅଧିକାରୀ ଲକ୍ଷ୍ନୌରୁ ବରେଲିକୁ ଆସୁଥିଲେ । ସେଠାରେ ସେମାନଙ୍କର କରୋନା ଟେଷ୍ଟ କରିବା ସମୟରେ ତାଙ୍କର ରିପୋର୍ଟ ପଜିଟିଭ ବାହାରିଥିଲା । ଏନେଇ ଜୋନଲ ଚିଫ୍ ଇଞ୍ଜିନିୟର ତାଙ୍କ କାର୍ଯ୍ୟାଳୟରେ ସେମାନଙ୍କୁ ଆସନ୍ତା ୪୮ ଘଣ୍ଟା ପାଇଁ ବନ୍ଦ କରି ରଖିଛନ୍ତି । ଦିଶାଙ୍କୁ ଶେଷ ଥର ପାଇଁ ‘ବାଗୀ ୩’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ଦିଶା ସଲମାନ ଖାନଙ୍କ ସହ ରାଧେ ଫିଲ୍ମରେ ନଜର ଆସିବେ । ଦିଶା ତେଲୁଗୁ ଚଳଚ୍ଚିତ୍ର ‘ଲୋଫର୍’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ବଲିଉଡରେ ତାଙ୍କର ଏଣ୍ଟ୍ରି ଫିଲ୍ମ ‘ଏମଏସ ଧୋନି’ରୁ ହୋଇଥିଲା । ଦିଶା ‘ବାଗୀ ୨’, ‘ମଲଙ୍ଗ’, ‘ଭାରତ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।