ବର୍ଷାରେ ବେହାଲ ମୁମ୍ବାଇ, ବାତିଲ ହେଲା ଟ୍ରେନ୍‌ ଚଳାଚଳ

Spread the News

ଲଗାଣ ବର୍ଷା ଫଳରେ ଏବେ ଜଳ ମଗ୍ନ ହୋଇଛି ମୁମ୍ବାଇ ସହର । ବୁଧବାର ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି ।ଆଜି ମଧ୍ୟ ମୁମ୍ବାଇରେ ଭୀଷଣ ବର୍ଷା ସହ ପବନ ବହିବା ସମ୍ଭାବନା ଥିବାରୁ ହାଇ ଆର୍ଲଟ ଜାରି କରାଯାଇଛି ।  ମୁମ୍ବାଇ, ଥାନେ ଓ ପାଲଘରକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ମୁମ୍ବାଇର କିଛି ସ୍ଥାନ ଜଳମଗ୍ନ ହୋଇଯାଇଛି । ମୁମ୍ବାଇର ମସ୍‌ଜିଦ୍‌ ଓ ଭାୟଖଲା ଷ୍ଟେସନ ମଧ୍ୟରେ ୨ଟି ଲୋକାଲ୍ ଟ୍ରେନ୍ ଫସିରହିଛି। ରେଲୱେ ଟ୍ରାକ୍‌ ଜଳମଗ୍ନ ହୋଇଯାଇଥିବାରୁ ପ୍ରାୟ ୨ ଶହ ଲୋକ ଫସି ରହିଛନ୍ତି । ୧୫୦ ଲୋକଙ୍କୁ ରେଳ କର୍ମଚାରୀ ଉଦ୍ଧାର କରିଥିବା ସୂଚନା ମିଳିଛି। ପ୍ରାୟ ୧୦୬ କିଲୋମିଟର ପ୍ରତି ଘଣ୍ଟାରେ ବେଗରେ ପବନ ବହୁଥିବା ରେକର୍ଡ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ି ରହିଛି ।ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରେଳ ଧାରଣାରେ ପାଣି ଜମିଛି । ଏଥିପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ବାତିଲ ହୋଇଛି କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ୍ । ସେହିପରି ମୁମ୍ବାଇରୁ ଛାଡିବାକୁ ଥିବା ଟ୍ରେନ୍‌ ବି ବାତିଲ ହୋଇଛି । ଗତକାଲି ମୁମ୍ବାଇ ଛାଡିଥାନ୍ତା ମୁମ୍ବାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ । ସଂଯୋଗକାରୀ ଟ୍ରେନ୍ ନଆସିବା ଯୋଗୁଁ ଶୁକ୍ରବାର ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି ।

Tags: