ତେଲ ନଦୀରେ ବୁଡ଼ିଗଲେ ତିନି ଶିଶୁ

Spread the News

ନବରଙ୍ଗପୁର ଜିଲ୍ଲା ତୋହରା କୋଟଲଡିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ତେଲ ନଦୀରେ ବୁଡ଼ି ଯାଇ ତିନି ଜଣ ଶିଶୁଙ୍କ ମୃତ୍ୟୁ  ଘଟିଛି। ମୃତ ଶିଶୁଙ୍କ ମଧ୍ୟରେ ଦୁଇ ଝିଅ ଥିବା ବେଳେ ଜଣେ ପୁଅ ଥିବା ଜଣାପଡ଼ିଛି। ମୃତ ୩ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ।

ତିନି ଶିଶୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି।

Tags: