Date: August 7, 2020

Total 33 Posts

କୋଝିକୋଡ ଏୟାରପୋର୍ଟରେ ଏୟାର ଇଣ୍ଡିଆ ବିମାନ କ୍ରାସ୍ ଲ୍ୟାଣ୍ଡିଂ; ପାଇଲଟ୍‌ଙ୍କ ମୃତ୍ୟୁ, ଅନେକ ଯାତ୍ରୀ ଆହତ

୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭:୪୦ ସମୟରେ ପ୍ରବଳ

୨୦୨୧ ଯାଏ ସ୍ଥଗିତ ହେଲା ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌

ବ୍ୟୟ ବହୁଳ ଆଇପିଏଲ ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର କ୍ରିକେଟ ସିରିଜ୍‌କୁ ବିସିସିଆଇ ୨୦୨୧ ଜାନୁଆରୀ ମାସ ଯାଏ ସ୍ଥଗିତ ରଖିଦେଇଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଏବଂ

ଓଡ଼ିଶା କ୍ୟାଡ଼ରର ଦୁଇ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ୱ

ଓଡ଼ିଶା କ୍ୟାଡ଼ରର ଦୁଇ ବରିଷ୍ଠ ଆଇପିଏସଙ୍କୁ ଆଜି କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଛି। ୨୦୧୫ ମସିହା ମେ’ ମାସରୁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ ଆଇପିଏସ ଅମ୍ରିତ ମୋହନ ପ୍ରସାଦଙ୍କୁ ଇଣ୍ଡୋ-ତିବ୍ଦତୀୟ ବାଟାଲିୟନ ପୁଲିସ(ଆଇଟିବିପି)ର

ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହଙ୍କୁ କରୋନା

ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ କରୋନା ସଂକ୍ରମିତ କରିଛି। ଆଗକୁ ବେଙ୍ଗାଲୁରୁରେ ଜାତୀୟ ଟିମ୍‌ର କ୍ୟାମ୍ପ ଆରମ୍ଭ ହେବାକୁ ଥିବାରୁ ସମସ୍ତଙ୍କର କରୋନା ଟେଷ୍ଟ

ପ୍ରଫେସର ପ୍ରଦୀପ କୁମାର ଯୋଶୀ ହେଲେ ୟୁପିଏସ୍‌ସିର ଅଧ୍ୟକ୍ଷ

ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ପ୍ରଦୀପ କୁମାର ଯୋଶୀ। ବର୍ତ୍ତମାନ ପ୍ରଫେସର ପ୍ରଦୀପ ୟୁପିଏସସିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ସେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ୟୁପିଏସସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।

ଆଜି ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ ୧୮୧୦ ଜଣ

ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୮୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର

କେରଳ ଭୂସ୍ଖଳନରେ ପ୍ରଧାନମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ ଲକ୍ଷ ଘୋଷଣା

କେରଳର ଇଡୁକି ଭୂସ୍ଖଳନ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମ୍ବେଦନ ପ୍ରକଟ କରିଛନ୍ତି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ନେଲେ ମନୋଜ ସିହ୍ନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦରେ ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ରହିଥିଲେ। ହେଲେ ବୁଧବାର ସେ ଅପ୍ରତ୍ୟାଶିତ ଢଙ୍ଗରେ ଉପରାଜ୍ୟପାଳ ପଦରୁ

ସାମ୍ନାକୁ ଆସିଲା ରିୟାଙ୍କ କଲ୍ ଡିଟେଲ୍ସ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟା ଜୋର୍ ଧରିଛି। ଏପଟେ ମୁମ୍ବାଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ରିୟାଙ୍କୁ ଜେରା ଚାଲିଥିବା ବେଳେ ଅନ୍ୟପଟେ ରିୟାଙ୍କ କଲ୍ ରେକର୍ଡ ସାମ୍ନାକୁ ଆସିଛି। ତେବେ କଲ୍ ରେକର୍ଡସରୁ ବହୁ ଗୁରୁତ୍ୱପୂର୍ଣ୍ଣ

ଆଜି ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରୁ ଆଜି ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

କେରଳରେ ଭୂସ୍ଖଳନ ଘଟଣା; ମୃତ୍ୟୁସଂଖ୍ୟା ୧୫କୁ ବଢ଼ିଲା

କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପାଇଁ କେରଳର ଇଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି।  ଏହି ଭୂସ୍ଖଳନରେ  ପୂର୍ବରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ି