କଟକ ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରରେ ସଂକ୍ରମଣ ମାତ୍ରା ଅଧିକ

Spread the News

ସହରରେ କିଭଳି ରହିଛି କରୋନା ସଂକ୍ରମଣ ସ୍ଥିତି। କଟକ ସହରରେ ଧୀରେ ଧୀରେ ସଂକ୍ରମଣ ବଢ଼ିବାରେ ଲାଗିଛି। କଟକ ଜିଲ୍ଲାର ଗ୍ରାମାଞ୍ଚଳ ଠାରେ ସହରରେ ଅଧିକ ମାତ୍ରାରେ ସଂକ୍ରମଣ ହୋଇଛି। କଟକ ସହରରେ କିଭଳି ରହିଛି ପରିସ୍ଥିତି। କେଉଁ ହସ୍ପିଟାଲ ରେ କେତେ ବେଡ଼ ରହିଛି ତାହା ସମ୍ପୂର୍ଣ୍ଣ ତଥ୍ୟ ସିଏମସି କମିଶନର ଉପସ୍ଥାପନ କରିଛନ୍ତି।

ସହରରେ ସପ୍ତାହକ ମଧ୍ୟରେ ୬୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯୧ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ଅଞ୍ଚଳରୁ ୮୭ ଜଣ ଚିହ୍ନଟ ହୋଇଛନ୍ତି। କୋଭିଡ ପରୀକ୍ଷାରେ ସହରବାସୀ ସହଯୋଗ କରୁନଥିବା କହିଛନ୍ତି ସିଏମସି କମିଶନର। ୨୫ ଜୁଲାଇ ରୁ ୩୦ ଜୁଲାଇ ମଧ୍ୟରେ ମୋଟ ୬୨୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନରୁ ୨୯ , ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ ୨୧୧ , ଲୋକାଲ କଣ୍ଟାକ୍ଟରୁ ୮୭ ଜଣ ଚିହ୍ନଟ ହୋଇଛନ୍ତି।

କଣ୍ଟେନମେଣ୍ଟ ଜୋନ ମାଲଗୋଦାମ ବେହେରା ସାହି ଏଥିସହ ତେଲୁଗୁ ସାହି ଓ ଜଳୁଆ ସାହି ମଧ୍ୟ କଣ୍ଟେନମେଣ୍ଟ ଜୋନ କରାଯାଇଛି। ମାଲଗୋଦାମରେ ଏକ୍ସଟ୍ରା କେୟାର ନିଆଯାଉଛି। ବେହେରା ସାହିରେ ଜନସଂଖ୍ୟା ୧୨ ଶହ। ଏଥିରୁ ୬୮୯ ସାମ୍ପୁଲ କଲେକ୍ସନ କରାଯାଇଥିବା ବେଳେ ୨୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ତେଲୁଗୁ ସାହିରେ ୩୪୫ ଜନସଂଖ୍ୟା ରହିଥିବା ବେଳେ ୨୧୨ ଜଣଙ୍କର ସାମ୍ପୁଲ କଲେକ୍ସନ କରାଯାଇଥିବା ବେଳେ ୮୧ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି ଓ ଜଲୁଆ ସାହିର ୩୪୯ ଜଣ ଜନସଂଖ୍ୟା ରହିଥିବା ବେଳେ ୬୨ ଜଣଙ୍କର ସାମ୍ପୁଲ କଲେକ୍ସନ କରାଯାଇଥିବା ବେଳେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛି।

ମାଲଗୋଦାମରେ ରହିଥିବା ସମସ୍ତ ଦୋକାନୀ ଓ ଜନସାଧାରଣଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକରେ କୋଭିଡ କେୟାର ସେଣ୍ଟରରେ ୧୨୩୫ ବେଡ଼ ରହିଛି। ସେଥିମଧ୍ୟରୁ ଡ୍ରିମ୍ସରେ ୫୦୦ , ଓଏଟିରେ ୨୩୦ , ବିଧ୍ୟାଧରପୁର ରେ ୧୪୦ , ବୋଷ ହଷ୍ଟେଲରେ ୧୪୦ , ଏଲ ଏନ ଟି ଗୋପାଳପୁର ରେ ୭୫ , ବାରବାଟୀ ଷ୍ଟାଡିୟମ ରେ ୭୫ , ଜେ ଏନ ଆଇ ଏସ ରେ ୭୫ ବେଡ଼ ରହିଥିବା ସୂଚନା ଦେଇଛନ୍ତି କଟକ ସିଏମସି କମିଶନର ।

Tags: