ଅଭିନେତ୍ରୀ ନତାଶା ସୂରୀଙ୍କୁ କରୋନା

Spread the News

ଦିନକୁ ଦିନ କରୋନାଭାଇରସ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ବାହାରକୁ ଆସୁଛି । ଅନେକ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି । ଯେଉଁଥିରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ପାର୍ଥ ସମଥାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ।

ଏହା ପରେ ଅଭିନେତ୍ରୀ ନତାଶା ସୂରୀଙ୍କ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି । ନତାଶାଙ୍କୁ ଏମଏକ୍ସ ପ୍ଲେୟାରର ଆଗାମୀ ୱେବ୍ ସିରିଜ୍ ‘ଡେନଜରସ୍’ରେ ଦେଖିବାକୁ ମିଳିବ । ଯେଉଁଥିରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁଙ୍କ ଯୋଡି ମଧ୍ୟ ନଜର ଆସିବେ ।

ଏକ ସାକ୍ଷାତକାରରେ ନତାଶା କହିଛନ୍ତି, ୬ ଦିନ ପୂର୍ବରୁ ମୋତେ କିଛି ଜରୁରୀ କାର୍ଯ୍ୟ ପାଇଁ ପୁନେ ଯିବାକୁ ପଡିଥିଲା । ମୁଁ ସେଠାରୁ ଫେରିବା ପରେ ଜ୍ୱର ଅନୁଭବ କଲି । ତେଣୁ ମୁଁ କରୋନା ଟେଷ୍ଟ କରିବା ପରେ ମୋର ରିପୋର୍ଟ ପଜିଟିଭ ବାହାରିଲା । ବର୍ତ୍ତମାନ, ମୁଁ ହୋମ କ୍ୱାରେଣ୍ଟାଇନରେ ଅଛି ।

କରୋନା ହେତୁ ନତାଶା ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ଡେନଜରସ୍’ର ପ୍ରମୋଶନରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଯେଉଁଥି ପାଇଁ ସେ ବହୁତ ଦୁଖିତ ।

ନତାଶା ୨୦୧୬ ରେ ମାଲାୟାଲମ୍ ଚଳଚ୍ଚିତ୍ର ‘କିଙ୍ଗ୍ ଲାଅର୍’ ରୁ ଅଭିନୟ ଆରମ୍ଭ କରିଥିଲେ । ପ୍ରକାଶ ଥାଉ କି, ଅଗଷ୍ଟ ୧୪ ରେ ୱେବ୍ ସିରିଜ୍ ୱେବ୍ ସିରିଜ୍ ‘ଡେନଜରସ୍’ ଏମଏକ୍ସ ପ୍ଲେୟାରରେ ଷ୍ଟ୍ରିମ୍ ହେବ ।