୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭ କଲେ ପ୍ରଧାନ ମନ୍ତ୍ରୀ

Spread the News

ଦେଶର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଶୁଭାରମ୍ଭ କରିଛନ୍ତି। ସେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ଏହା ସହିତ ପିଏମ-କିସାନ ଯୋଜନାରେ ୮.୫ କୋଟି ଚାଷୀଙ୍କ ପାଇଁ ୬ଷ୍ଠ କିସ୍ତି ବାବଦରେ ୧୭ ହଜାର କୋଟି ଟଙ୍କା ଛାଡ଼ିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହେଉଛି ପବିତ୍ର ହଳ ଷଷ୍ଠୀ। ଏହା ଭଗବାନ ବଳରାମଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ଦେଶର ଚାଷୀମାନଙ୍କୁ ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି। ଏହି ଶୁଭ ଅବସରରେ ଚାଷୀମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ସହାୟତା ଘୋଷଣା କରୁଛି। ଏହାଦ୍ବାରା ଉନ୍ନତ ଷ୍ଟୋରେଜ୍, ଗ୍ରାମରେ ଆଧୁନିକ ଶୀତଳ ଭଣ୍ଡାର ଶୃଙ୍ଖଳା ସୃଷ୍ଟି କରିବାରେ ସହାୟକ ହେବ ଏବଂ ଗାଁରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

 

Tags: