ରାଜ୍ୟରେ କରୋନାରେ ଗଲା ଆଉ ୧୪ ଜୀବନ

Spread the News

ରାଜ୍ୟରେ ଆଉ ୧୪ଟି ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୬ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଏହି ୧୪ ଜଣଙ୍କ ମଧ୍ୟରୁ ୬ ଜଣ ଗଞ୍ଜାମର ହୋଇଥିବା ବେଳେ ୩ ଜଣ ଖୋର୍ଦ୍ଧାର ଓ ୩ ଜଣ ନୟାଗଡ଼ର। ସେହିପରି ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।ଏହା ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୭ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୩୮, ନୟାଗଡ଼ରେ ୮, ରାୟଗଡ଼ାରେ ୧୧ ଓ ସୁନ୍ଦରଗଡ଼ରେ ୧୮ରେ ପହଞ୍ଚିଯାଇଛି।

Tags: