ଅପରାଧ: ବିଜେପିର ପୂର୍ବତନ ଜିଲ୍ଲା ସଭାପତିଙ୍କୁ ଗୁଳି କରି ହତ୍ୟା

Spread the News

ଉତ୍ତରପ୍ରଦେଶରେ ଅପରାଧ କମିବାରେ ନାଁ ନେଉନାହିଁ। ପ୍ରତିଦିନ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡ ଘଟୁଛି। ଏବେ ଏହାର ଶିକାର ହୋଇଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ସଞ୍ଜୟ ଖୋଖର। ମଙ୍ଗଳବାର ଭୋର ସମୟରେ ସଞ୍ଜୟ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ବାଗପତ ଜିଲ୍ଲା  ତିଲୱାଡ଼ା ମାର୍ଗରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି।  ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସଞ୍ଜୟ ଆରଏସଏସର ପୂର୍ବତନ କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ। ସେହିପରି କକୋର କଲା ଗାଁର ଜୁନିୟର ହାଇସ୍କୁରେ ସେ ଶିକ୍ଷକତା ମଧ୍ୟ କରୁଥିଲେ।

Tags: