ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ

Spread the News

କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ କରିଛି କମିଶନରେଟ ପୋଲିସ। ଦୁଇ ଅପରାଧୀଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ୨ ଅପରାଧୀ ହେଉଛନ୍ତି ଡାନି ଓ ରନିଆ । ଦାଦାବଟି ମାଗିବା ଅଭିଯୋଗରେ ଲାଲବାଗ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏମାନେ ଡି ବ୍ରଦର୍ସ ଗ୍ୟାଙ୍ଗରେ ସକ୍ରିୟ ଭାବରେ କାମ କରୁଥିଲେ। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୬୯ ଟି ଗୁଳି, ୩ ମାଗାଜିନ, ମୋବାଇଲ ଫୋନ ଓ ବାଇକ ଜବତ କରିଛି ଲାଲବାଗ ଥାନା ପୋଲିସ । ଡାନି ବିରୋଧରେ ବିଭିନ୍ନ ଥାନାରେ ପୂର୍ବରୁ ୫ ଟି ମାମଲା ରହିଥିବା ବେଳେ ରନିଆ ବିରୋଧରେ କେଉଁ କେଉଁ ମାମଲା ରହିଛି ତାହାର ତଦନ୍ତ କରାଯାଉଛି । ତେବେ ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।

Tags: