ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

Spread the News

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କର କିଛି ବନ୍ଧୁ।ଆଦିତ୍ୟଙ୍କ ବନ୍ଧୁମାନଙ୍କ କହିବା ଅନୁସାରେ, କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନଙ୍କର ଭରସା ନାହିଁ। ଜିଆରପି ଭଳି କ୍ରାଇମବ୍ରାଞ୍ଚ ତଦନ୍ତ ବି ମନ୍ଥର ରହିଛି। ଆଦିତ୍ୟଙ୍କ ପତ୍ନୀଙ୍କୁ ସୁହାଇଲା ଭଳି ତଦନ୍ତ କରାଯାଉଅଛି।ସେମାନେ ଆହୁରି କହିଛନ୍ତି, ଆଦିତ୍ୟଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ସତ୍ୟ ସାମ୍ନାକୁ ଆସୁ। ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ।ସୂଚନାଯୋଗ୍ୟ, ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା।

Tags: