କର୍କଟ ପୀଡିତା ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ରାଜ୍ୟ ସରକାର

Spread the News

କର୍କଟ ପୀଡିତା ମେଧାବୀ ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ବିଡିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଅଣାଯାଇ ସେଠାରେ ଚିକିତ୍ସା ଆରମ୍ଭ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି ।

ସୂଚନାଯୋଗ୍ୟ, କର୍କଟ ପୀଡିତା ମୋନାଲିସା ଚଳିତବର୍ଷ ବାମ ହାତରେ ପରୀକ୍ଷା ଦେଇ ୮୦% ନମ୍ବର ରଖି ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି ।

Tags: