ଇତିଶ୍ରୀ ମୃତ୍ୟୁ ମାମଲାର ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନଙ୍କ ମୃତ୍ୟୁ

Spread the News

କୋରାପୁଟ,  କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ ଇତିଶ୍ରୀ  ମୃତ୍ୟୁ ଘଟଣାର ଦୋଷୀ ସାବ୍ୟସ୍ତ ହୋଇଥିବା ନେତ୍ରାନନ୍ଦ ଦଣ୍ଡସେନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ କୋରାପୁଟ ଜେଲ ଅଧୀକ୍ଷକ ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଜେଲରେ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨୦୧୩ରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ସ୍କୁଲର ଶିକ୍ଷୟିତ୍ରୀ ଇତିଶ୍ରୀଙ୍କୁ କିରୋସିନ ଢାଳି ପୋଡ଼ି ଦିଆଯାଇଥିଲା। ପରେ ଇତିଶ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଶାଖାପାଟନମକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୂର୍ବରୁ ଇତିଶ୍ରୀଙ୍କୁ ଉକ୍ତ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଥିଲା। ପରେ ୨୦୧୬ରେ ସିବିଆଇ ତଦନ୍ତ ପରେ ନେତ୍ରାନନ୍ଦ ଦଣ୍ଡସେନଙ୍କୁ ଦୋଷୀ ପାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏନେଇ ନେତ୍ରାନନ୍ଦଙ୍କୁ ରାୟଗଡ଼ା ଜେଲରୁ କୋରାପୁଟ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।