ବିହାର ବିଧାନସଭା ନିର୍ବାଚନ; ନିର୍ବାଚନ ଆୟୋଗ ଜାରି କଲା ଗାଇଡ ଲାଇନ

Spread the News

ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗାଇଡ ଲାଇନ ଜାରି କରିଛନ୍ତି । ଜାରି ହୋଇଥିବା ଗାଇଡ ଲାଇନ କେବଳ ବିହାର ବିଧାନସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ । ଗାଇଡ ଲାଇନ ଅନୁସାରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଅନଲାଇନ ଯୋଗେ ନାମାଙ୍କନ ପତ୍ର ଦାଖଲ କରିବେ ।

ସେହିପରି ଜମା ଅର୍ଥ ମଧ୍ୟ ଅନଲାଇନରେ ଡିପୋଜିଟ କରିବେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ନିର୍ବାଚନ ଇତିହାସରେ ଅନଲାଇନରେ ସିକ୍ୟୁରିଟି ଅର୍ଥ ଜମା କରିବେ ପ୍ରାର୍ଥୀ । ଏହବାଦ ଘରକୁ ଘର ଯାଇ ପ୍ରଚାର କରିବା ପାଇଁ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ସହ ଅତିବେଶୀରେ୫ ଜଣ ଯାଇପାରିବେ ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆୟୋଗ ସ୍ପଷ୍ଟ କରିଛନ୍ତି । ଗୃହମନ୍ତ୍ରଣାଳୟର ଅନୁମତି ପରେ ସାର୍ବଜନୀନ ସଭା ଓ ରୋଡ ଶୋ’ କରି ପାରିବେ ରାଜନୈତିକ ଦଳ । ସେହିଭଳି ଭିନ୍ନକ୍ଷମ ବୃଦ୍ଧ ବୃଦ୍ଧାଙ୍କ ପାଇଁ ପୋଷ୍ଟାଲ ଭୋଟ ବ୍ୟବସ୍ଥା ହେବ । ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଆୟୋଗ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ ଜାରି ଗାଇଡ ଲାଇନରେ ଉଲ୍ଲେଖ କରିଛନ୍ତି ।

ସେହିଭଳି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଗ୍ଲୋବସ, ସାନିଟାଇଜର, ମାସ୍କ, ଥର୍ମାଲ ସ୍କ୍ରିନିଂ, ପିପିଇ କିଟ ବ୍ୟବହାର ଓ ସାମାଜିକ ଦୂରତା କଡାକଡି ପାଳନ ହେବ ।