ବ୍ୟାଡମିଣ୍ଟନ ଖେଳାଳି ସାତ୍ଵିକ ସାଇରାଜ କରୋନା ପଜିଟିଭ

Spread the News

ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାତ୍ଵିକ ସାଇରାଜ ରାଙ୍କିରେଡ୍ଡି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ-୧୯ ରିପୋର୍ଟ ପଜିଟିଭ ଜଣାପଡିବା ପରେ ଗୋଟିଏ ସପ୍ତାହ ହୋମ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି । ଶନିବାର ଜାତୀୟ କ୍ରୀଡା ଦିବସରେ ସାତ୍ଵିକଙ୍କୁ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯିବ । ମହାମାରୀ କରୋନା ଭାଇରସ କାରଣରୁ ଜାତୀୟ କ୍ରୀଡା ପୁରସ୍କାର ୨୦୨୦ର ଭର୍ଚୁଆଲ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

୨୦ ବର୍ଷୀୟ ପୁରୁଷ ଡବଲ୍ସ ଖେଳାଳି ସାତ୍ତିକଙ୍କ ଠାରେ ସଂକ୍ରମଣର କୌଣସି ଲକ୍ଷଣ ନଥିବା ଜଣାପଡିଛି । ପରିବାରର କୌଣସି ସଦସ୍ୟ ପଜିଟିଭ ନଥିବା ବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିବା ନେଇ ଆଶ୍ଚଯ୍ୟ ହୋଇଛନ୍ତି ସାତ୍ଵିକ । ୩ ଦିନ ପରେ ପୁନର୍ବାର ଟେଷ୍ଟ କରାଇବେ ବୋଲି ସେ କହିଛନ୍ତି । ତେବେ ସାତ୍ଵିକଙ୍କ ପିତାମାତାଙ୍କ ରିପୋର୍ଟ ନେଗେଟିଭ ରହିଛି ।

ସାତ୍ଵିକ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଡବଲ୍ସ ପାର୍ଟନରଙ୍କ ଚିରାଗ ସେଟ୍ଟିଙ୍କ ସହ ରୌପ୍ୟ ପଦକ ବିଜେତା ହୋଇଥିଲେ । ପରେ ଗତ ବର୍ଷ ଥାଇଲାଣ୍ଡ ଓପନ ସୁପର ୫୦୦ ଟାଇଟେଲ ହାତେଇଥିଲେ । ଫଳରେ ଉଭୟ ଡବଲ୍ସ ଖେଳାଳିଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରାଯାଇଛି ।

Tags: