ପ୍ରଧାନମନ୍ତ୍ରୀଙ୍କ ପର୍ସନାଲ ଟ୍ୱିଟର ଆକାଉଣ୍ଟ ହ୍ୟାକ

Spread the News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ‌ର ଆକାଉଣ୍ଟ ହ୍ୟାକ ହୋଇଛି । ଗୁରୁବାର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ଟ୍ୱିଟ‌ର ହ୍ୟାକ କରିବା ସହ ଫେକ୍‌ ଟ୍ୱିଟ କରିଥିବା ଦେଖିବାକୁ ମିଳିଥିଲା । ଯାହାକି ଏବେ ଡିଲିଟ୍‌ କରାଯାଇଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟରେ ଲିଙ୍କ ଥିବା ତାଙ୍କର ଟ୍ୱିଟର ଆକାଉଣ୍ଟକୁ କେହି ହ୍ୟାକ କରିଥିବା କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିବାକୁ ମୋଦି ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ଏହାସହ ବିଟକଏନ ଦେବାକୁ ମଧ୍ୟ ଟ୍ୱିଟ‌ କରାଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଏହି ଆକାଉଣ୍ଟକୁ ଜନ ୱିକ୍‌ ହ୍ୟାକ କରିଥିବା ଟ୍ୱିଟ‌ ହୋଇଥିବା ସହ ଆମେ ପେଟିଏମ ମଲ ହ୍ୟାକ କରିନୁ ବୋଲି ଲେଖାଥିଲା ।