ଶରୀରରେ ୟୁରିକ୍ ଏସିଡ୍ ବଢିଲେ ଦେଖା ଦେଇଥାଏ ଏହିସବୁ ସମସ୍ୟା: ଜାଣନ୍ତୁ ଘରୋଇ ଉପଚାର

Spread the News

ୟୁରିକ ଏସିଡ ଏମିତି ଏକ ରସାୟନ ଯାହା ପାଚନ ସମୟରେ ପ୍ରୋଟିନ କ୍ଷୟ ହେବାରୁ ସୃଷ୍ଟି ହୋଇଥାଏ | ୟୁରିକ ଏସିଡ ରକ୍ତରେ ମିଶି କିଡନୀରେ ପହଞ୍ଚିଥାଏ ଏବଂ ପରିସ୍ରା ଦ୍ୱାରା ଶରୀରରୁ ବାହାରି ଯାଇଥାଏ | ଶରୀରରେ ୟୁରିକ ଏସିଡ ମାତ୍ରା ଅଧିକ ହୋଇଗଲେ ତାହେଲେ ସେ ଠିକ ଭାବେ ଫିଲ୍ଟର ହୋଇପାରେନାହିଁ | ଯାହାଫଳରେ ଏହା ପରିସ୍ରା ଦେଇ ବାହାରି ପାରେନାହିଁ ଏବଂ ଶରୀରରେ ଗଣ୍ଠି ସୃଷ୍ଟି ହୋଇଥାଏ ଏବଂ କିଡନୀ ଖରାପ ହେବା ଭଳି ପରିସ୍ଥିତି ମଧ୍ୟ ଉପୁଜିଥାଏ | ୟୁରିକ ଏସିଡ ମାତ୍ରା ବଢିଗଲେ ଷ୍ଟୋନ ମଧ୍ୟ ହୋଇଥାଏ | ଅଧିକ ମାତ୍ରାରେ ୟୁରିକ ଏସିଡ ଏଣ୍ଡୋଥେଲିୟମ ନାଇଟ୍ରିକ୍ ଅକ୍ସାଇଡ୍ ଭଳି ଜରୁରୀ ତତ୍ୱକୁ କମ କରିଦେଇଥାଏ | ଯେଉଁଥିପାଇଁ ରକ୍ତଚାପ ବଢିବାର ମଧ୍ୟ ସମ୍ଭାବନା ଥାଏ | 
ୟୁରିକ ଏସିଡ ବଢିଗଲେ କଣ କରିବେ ଜାଣନ୍ତୁ
ୟୁରିକ ଏସିଡ ବଢିଗଲେ ଛତୁ, ପାଳଙ୍ଗ ଶାଗ, ଡାଲି ଏବଂ ମାଂସାହାରୀ ଭୋଜନ କରନ୍ତୁ ନାହିଁ
ଓଜନ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ, କାରଣ ଓଜନ ବଢିଲେ ଶରୀରରେ ୟୁରିକ ଏସିଡ ମାତ୍ରା ବଢି ଯାଇଥାଏ
ମଦ ଠାରୁ ଦୁରେଇ ରୁହନ୍ତୁ, କାରଣ ଅଧିକ ଆଲକହଲ ୟୁରିକ ଏସିଡକୁ ବାହାର କରିବାରେ ବାଧା ସୃଷ୍ଟି କରିଥାଏ
ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ, କାରଣ ଏହାଦ୍ୱାରା ୟୁରିକ ଏସିଡ ଫିଲ୍ଟର ହେବାରେ ଅସୁବିଧା ହୋଇଥାଏ ୟୁରିକ ଏସିଡ ବଢିଗଲେ ଫାଷ୍ଟଫୁଡ, ଜଙ୍କ ଫୁଡ ଓ ପ୍ୟାକ୍ଡ ଫୁଡ ଠାରୁ ମଧ୍ୟ ଦୁରେଇ ରୁହନ୍ତୁ ଶରୀରରେ ୟୁରିକ ଏସିଡ ମାତ୍ରା ଅଧିକ ଥିଲେ କେବେ ମଧ୍ୟ ପରିସ୍ରା ରୋକିବାକୁ ଚେଷ୍ଟା କରନ୍ତୁ ନାହିଁ
ୟୁରିକ ଏସିଡ କମ କରିବାକୁ ଘରୋଇ ଉପଚାର :
ଏହିଭଳି ରୋଗୀ ଅଧିକ ଚିନ୍ତାଗ୍ରସ୍ତ ହେବା ଅନୁଚିତ | କାରଣ କିଡନୀ ଉପରେ ଯେଉଁ ଗ୍ରନ୍ଥି ଥାଏ ଯାହା ଇର୍ସା, କ୍ରୋଧ ଓ ଭୟ ଭଳି ଭାବନା ନିର୍ମାଣ କରିଥାଏ | ଏହିଭଳି ସମୟରେ ଯୋଗ ବ୍ୟାୟାମ କରିବା ଉଚିତ | ପ୍ରାଣାୟାମ ଦ୍ୱାରା ଗ୍ରନ୍ଥି ସକ୍ରିୟ ରହିଥାଏ | ନିୟମିତ ମର୍ନିଙ୍ଗ ୱାର୍କ କଲେ ୟୁରିକ ଏସିଡ କମ ହୋଇଥାଏ ଏବଂ କିଡନୀ ସୁସ୍ଥ ରହିଥାଏ | ଆୟୁର୍ବେଦ ଅନୁସାରେ ଜୁଆଣି, ପୁଦିନା ଚଟଣି, ଧନିଆ, ପାନ ମଧୁରୀ ଆଦି ସେବନ ୟୁରିକ ଏସିଡ କମ କରିବାକୁ ସର୍ବୋତ୍ତମ ଉପାୟ | ଅଧିକ ମାତ୍ରାରେ ଭିଟାମିନ-ସି ଖାଇବା ଉଚିତ | ଅଁଳା, ମୋୖସମ୍ବି, କମଳା ଆଦିରେ ବହୁ ମାତ୍ରାରେ ଭିଟାମିନ-ସି ଥାଏ | ଅଁଳା ଜୁସ ଓ ଆଲୋଭେରା ଜୁସ ୟୁରିକ ଏସିଡ ପାଇଁ ବହୁତ ଲାଭଦାୟୀ |  ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଲାଭଦାୟୀ ହୋଇଥାଏ | ଦଲିଆ, ଓଟ୍ସ, ସାଲାଡ଼, ମକା ଆଦିରେ ବହୁ ମାତ୍ରାରେ ଫାଇବର ରହିଛି | ଯଦି ଶରୀରରେ ୟୁରିକ ଏସିଡ ମାତ୍ରା ବଢିଯାଏ ତାହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ |

Tags: