ଆଜି ରାଜ୍ୟରୁ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Spread the News

ଆଜି ରାଜ୍ୟରେ କରୋନାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ କଟକରୁ ସର୍ବାଧିକ ୩ଜଣ ଥିବା ବେଳେ ଖୋର୍ଦ୍ଧାର ଭୁବନେଶ୍ୱରରୁ ୨ଜଣ ଅଛନ୍ତି। ଏହାଛଡ଼ା, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଯାଜପୁର ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

କଟକର ଯେଉଁ ୩ ପୁରୁଷ ମୃତକ ଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୬୬, ୮୮ ଓ ୪୫ ବର୍ଷ। ଖୋର୍ଦ୍ଧା ଜିଲ୍ଲାର ଦୁଇ ମୃତକ ଭୁବନେଶ୍ୱରର । ସେମାନଙ୍କ ଭିତରେ ଜଣେ ୩୦ ଓ ଅନ୍ୟଜଣେ ୮୨ବର୍ଷ ବୟସ୍କ ପୁରୁଷ ଅଛନ୍ତି। ରାୟଗଡ଼ା ଜିଲ୍ଲାର ଯେଉଁ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ତାଙ୍କର ବୟସ ୬୩ ବର୍ଷ। ନୟାଗଡ଼ର ଜଣେ ୫୬ ବର୍ଷିୟ ପୁରୁଷଙ୍କ ପ୍ରାଣହାନି ଘଟିଛି। ଅପରପକ୍ଷରେ କନ୍ଧମାଳର ଜଣେ ୬୪ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର, ଯାଜପୁର ଓ ବଲାଙ୍ଗୀରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ସଂକ୍ରମିତ ପ୍ରାଣ ହରାଇଛନ୍ତି, ସେମାନଙ୍କର ବୟସ ଯଥାକ୍ରମେ ୭୫, ୪୮ ଓ ୭୦ ବର୍ଷ।

Tags: