ରାଜ୍ୟରେ ପୁଣି କରୋନା ନେଲା ୧୦ ଜୀବନ, ମୃତ୍ୟୁ ସଂଖ୍ୟା ୬୨୬

Spread the News

ଆଜି ୧୦ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୬୨୬ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୬୬ ଓ ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ଏହା ଛଡ଼ା ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମର ଯେଉଁ ପୁରୁଷ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି ତାଙ୍କର ବୟସ ୫୫ ବର୍ଷ। ସୁବର୍ଣ୍ଣପୁରର ଜଣେ ୮୪ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଠିକ୍ ସେହିପରି କଟକର ଦୁଇଜଣ ପୁରୁଷ ଆକ୍ରାନ୍ତ ଅଛନ୍ତି ଯେଉଁମାନଙ୍କ ବୟସ ଯଥାକ୍ରମେ ୭୪ ଓ ୪୫ ବର୍ଷ। ଏହାଛଡ଼ା ବାଲେଶ୍ୱର ଜଣେ ୬୦, କଳାହାଣ୍ଡିର ୬୨, ମୟୂରଭଞ୍ଜର ୬୦ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।