ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ ଚିହ୍ନଟ ହେଲେ  ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱରରୁ ଆଜି ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୪୭ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୮୨ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି । ଅନ୍ୟପକ୍ଷରେ ଗୋଟିଏ ଦିନରେ ୩୦୮ ଜଣ କରାନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୨୭,୬୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୪,୭୫୮ ଜଣ ସୁସ୍ଥ ହୋଇଥିବା ବେଳେ ୨୭୪୯ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୧୪୨ ଜଣଙ୍କର ମୃତ୍ୟୁ ହୋଇଛି ।

ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ୪୭ଜଣଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୮ଜଣ, ଲକ୍ଷ୍ମୀସାଗରରୁ ୭ଜଣ , ପଟିଆରୁ ୪ ଜଣ ଓ ୟୁନିଟ୍ ୯ ରୁ ୩ ଜଣ ରହଛନ୍ତି ।

ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ରସୁଲଗଡରୁ ୧୩ ଜଣ, ପଟିଆରୁ ୧୨ ଜଣ, ଚନ୍ଦ୍ରଶେଖରପୁର ଓ ହଂସପାଳରୁ ୯ ଜଣ ଲେଖାଏଁ, ସହିଦନଗରରୁ ୭ ଜଣ, ଲକ୍ଷ୍ମୀସାଗର, ଆଇଆରସି ଭିଲେଜ , ନୟାପଲ୍ଲୀ, ଓଲ୍ଡ ଟାଉନ୍ ର ୬ ଜଣ ଲେଖାଏଁ , ଶୈଳଶ୍ରୀ ବିହାରରୁ ୫ ଜଣ ଆକ୍ରାନ୍ତ ରହିଛନ୍ତି ।