ତେଲ ବିଲ ଗଡବଡ କରି ୩ କନେଷ୍ଟେବଳ ନିଲମ୍ବିତ

ତେଲ ବିଲ ଗଡବଡ କରି ୩ କନେଷ୍ଟେବଳ ନିଲମ୍ବିତ

ଏମଭି ସେକ୍ସନ ୩ କନେଷ୍ଟେବଳଙ୍କୁ ନିଲମ୍ବିତ କଲେ ସମ୍ବଲପୁର ଏସପି। ନିର୍ବାଚନ ସମୟରେ ଗାଡିରେ ତେଲ ପକାଇବା ଘଟଣାରେ ଅଧିକ ବିଲ୍ ହୋଇଥିବା ଅଭିଯୋଗରେ ୩ଜଣଙ୍କ ନିଲମ୍ବନ କରିଛନ୍ତି ଏସପି ବତୁଲା ଗଙ୍ଗାଧର ।ଖବର ଅନୁଯାୟୀ, ନିର୍ବାଚନ ସମୟରେ ବୋଲେରୋ, ବସ୍ ଗୁଡିକରେ ତେଲ ପଡିଥିଲା । ତେବେ ସେଥିରେ ବିଲ୍ କଲା ସମୟରେ ଗଡବଡ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଏସପି ଏମଭି ସେକ୍ସନର ୩ କନେଷ୍ଟେବଲଙ୍କୁ ନିଲମ୍ବିତ କରିଛନ୍ତି । ଏହାସହିତ ଜଣେ ଡିଏସପିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଘଟଣାରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତିକୁ ମଧ୍ୟ ଅନୁସନ୍ଧାନ ଅଧୀନରେ ଅଣାଯିବ।