ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ :୩ ମାଓବାଦୀ ନିହତ

ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ :୩ ମାଓବାଦୀ ନିହତ

ଛତିଶଗଡ ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ତିନି ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଯବାନ ମାନେ ତିନୋଟି ଅତ୍ୟାଧୁନିକ ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ଜବତ କରିଛନ୍ତି ।ଖବର ଅନୁଯାୟୀ, ମୁଲୁଗୁ ଜଙ୍ଗଲ ଭିତରେ ମାଓବାଦୀ ମାନଙ୍କ କ୍ୟାମ୍ପ ରହିଥିବା ପୋଲିସକୁ ଗୁଇନ୍ଦା ବିଭାଗକୁ ସୂଚନା ଦେଇଥିଲା । ସେଠାରେ ସୁରକ୍ଷାବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷକର୍ମୀଙ୍କୁ ଦେଖି ନକ୍ସଲ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। । ପ୍ରାୟ ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ନକ୍ସଲମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ। ଏବେ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି ।