ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଅନୁପ୍ରବେଶକାରୀ ନିହତ, ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ୍

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଅନୁପ୍ରବେଶକାରୀ ନିହତ, ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ୍

ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ଭାରତୀୟ ଯବାନଙ୍କ ଗୁଳିରେ ତିନି ଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି। ଖବର ଅନୁଯାୟୀ, ଶନିବାର ରାତିରେ ଏହି ତିନି ଜଣ ଅନୁପ୍ରବେଶକାରୀ ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମା ଦେଇ ଭରତଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ସୀମା ସୁରକ୍ଷା ବଳ ଯବାନଙ୍କ ନଜର ତାଙ୍କ ଉପରେ ପଡ଼ିବା ମାତ୍ରେ ସେମାନେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥି‌ଲେ। କିନ୍ତୁ ଅନୁପ୍ରବେଶକାରୀ ନ ଅଟକି ଆଗକୁ ଦୌଡ଼ି ପଳାଉଥିଲେ। ଏହାପରେ ଯବାନ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ତଲାସୀ ବେଳେ ସେମାନଙ୍କଠାରୁ ୩୬ କିଲୋ ନିଶାଦ୍ରବ୍ୟ ସହ ଅନେକ ସନ୍ଦେହ ଜନକ ବାସ୍ତୁ ମିଳିଛି। ତେବେ ନିହତ ଅନୁପ୍ରବେଶକାରୀଙ୍କ ପରିଚୟ ମିଳି ନାହିଁ। ତେବେ ଏମାନେ ପାକିସ୍ତାନୀ ନିଶା ମାଫିଆ ବୋଲି କୁହାଯାଉଛି।