ଆଜି ଭୁବନେଶ୍ୱରରୁ ୩୧୬ କରୋନା ପଜିଟିଭ୍‌ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୩୧୬ କରୋନା ପଜିଟିଭ୍‌ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୩୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୪ ଜଣ ସଂଗରୋଧ ଓ ୨୩୨ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Update on newly detected #COVID19 cases in the last
24 hrs under the BMC area on 9th Oct 2020(till 9am). pic.twitter.com/JvMA8djS8l

— BMC (@bmcbbsr) October 9, 2020

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଚନ୍ଦ୍ରଶେଖରପୁର, ନୟାପଲ୍ଲୀରୁ ୭-୭ ଜଣ, ପଳାଶୁଣୀରୁ ୬ ଜଣ, ଆଇଆରସି ଭିଲେଜରୁ ୫ ଜଣ, ରସୁଲଗଡ଼, ୟୁନିଟ-୯ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ବରମୁଣ୍ଡାରୁ ୧୫ ଜଣ, ନୟାପଲ୍ଲୀ, ପଟିଆରୁ ୧୨ ଜଣ ଲେଖାଏଁ, ଡୁମଡୁମାରୁ ୧୦ ଜଣ, ବିଜେବି ନଗରରୁ ୯ ଜଣ, ସତ୍ୟନଗର, ଖଣ୍ଡଗିରିରୁ ୮-୮ ଜଣ, ରସୁଲଗଡ଼, ଆଚାର୍ଯ୍ୟ ବିହାରରୁ ୭-୭ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଜାଗମରା, ଚନ୍ଦ୍ରଶେଖରପୁରରୁ ୬ ଜଣ ଲେଖାଏଁ, ବମିଖାଲ, ସୁନ୍ଦରପଦା ଓ ୟୁନିଟ-୯ରୁ ୪-୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।