ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ, ପ୍ରଧାନଶିକ୍ଷକ ନିଲମ୍ବିତ

ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ, ପ୍ରଧାନଶିକ୍ଷକ ନିଲମ୍ବିତ

ତେଲେଙ୍ଗାନା ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ଶୁକ୍ରବାର ୩୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବାର ଜଣାପଡିଛି। ତେବେ ସେମାନଙ୍କୁ ଚିକିତ୍ସା ବାଇଁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ପିଲାଙ୍କ ଅବସ୍ଥା ସ୍ଥିର ରହିଥିବାର କୁହାଯାଇଛି । ହେଲେ ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କହିଛନ୍ତି ଯେ ନିର୍ମଲ ଜିଲ୍ଲାର ଦିମଦୁରଥୀ ଗ୍ରାମରେ ଅବସ୍ଥିତ ମଣ୍ଡଳ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୪ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରନ୍ଧା ଯାଇଥିଲା, ସେଥିମଧ୍ୟରୁ ୩୨ ଜଣ ତାହାକୁ ଖାଇ ହଠାତ୍ ଅସୁସ୍ଥ ହୋଇପଡିଥିଲେ।ଏହା ସହ ସେ କହିଛନ୍ତି ଯେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ଅବଜର ଭେସନରେ ରଖାଯାଇଛି ଏବଂ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ଡିଏଓଙ୍କ ରିପୋର୍ଟ ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ ମୁଶରଫ ଫାରୁକି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ଡିଏଓ କହିଛନ୍ତି ଯେ ଖାଦ୍ୟ ଯୋଗାଣ ପାଇଁ ଚୁକ୍ତିନାମା ଦିଆଯାଇଥିବା ଏଜେନ୍ସିର ଚୁକ୍ତିନାମାକୁ ବାତିଲ ମଧ୍ୟ କରାଯାଇଛି।