ରାଜଧାନୀର ବିଭିନ୍ନ ଔଷଧ ଦୋକାନରୁ ଲୁଟ୍ ମାମଲାରେ ୪ଗିରଫ

ରାଜଧାନୀର ବିଭିନ୍ନ ଔଷଧ ଦୋକାନରୁ ଲୁଟ୍ ମାମଲାରେ ୪ଗିରଫ

ରାଜଧାନୀର ବିଭିନ୍ନ ଔଷଧ ଦୋକାନରୁ ଲୁଟ୍ ମାମଲାରେ ୪ଗିରଫ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରଙ୍ଗମିସ୍ତ୍ରୀ ରାଜୁ ଓରଫ୍ ରାଜୁ ସିଂ ଗିରଫ । ରାଜୁ ନାଁରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ଅଛି ୪ ମାମଲା, ଅଭିଯୁକ୍ତଙ୍କଠାରୁ ୩୯୦୦୦ ଟଙ୍କା, ଆଧାର କାର୍ଡ, ୪ ମୋବାଇଲ ଜବତ କରିଛି ପୋଲିସ। ବଡ଼ଗଡ଼, ନୟାପଲ୍ଲୀ, ଖାରବେଳନଗର ଅଞ୍ଚଳରୁ ଲୁଟିଥିଲେ ଏହି ୪ ଲୁଟେରା। ଚୋରି କରିବାକୁ ଯିବା ପୂର୍ବରୁ ଠାକୁରଙ୍କୁ ରସଗୋଲା ଭୋଗ ଲଗାଉଥିଲେ। ମୁଖ୍ୟ ଅଭିଯୁକ୍ତ ରାଜୁ ନାଁରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ଅଛି ୪ ମାମଲା। ଲୁଟେରାମାନେ ବାଂଲାଦେଶ ଓ ବ୍ରହ୍ମପୁର ଅଞ୍ଚଳ ପରେ ଭୁବନେଶ୍ବରରୁ ଲୁଟ୍‌ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।