ଗୁଜରାଟ ବନ୍ଦରରୁ ପୁଣି ୪୫୦ କୋଟି ଟଙ୍କାର ହେରୋଇନ୍‌ ଜବତ

ଗୁଜରାଟ ବନ୍ଦରରୁ ପୁଣି ୪୫୦ କୋଟି ଟଙ୍କାର ହେରୋଇନ୍‌ ଜବତ

ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ (ଏଟିଏସ) ଏବଂ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍‌ସ୍‌’ (ଡିଆର୍‌ଆଇ) ପକ୍ଷରୁ ମିଳିତ ଚଢ଼ାଉରେ ଗୁଜରାଟ ଉପକୂଳରୁ ୯୦ କେଜିର ହେରରୋଇନ୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୪୫୦ କୋଟି ଟଙ୍କା ହେବ ବୋଲି ଜଣା ପଡିଛି। ଇରାନରୁ ଆମଦାନୀ ହୋଇଥିବା ଏହି ନିଷିଦ୍ଧ ଦ୍ରବ୍ୟକୁ ଗୁଜରାଟର ଆମରେଲି ଜିଲ୍ଲା ପିପାଭାବ ବନ୍ଦରରୁ ଶୁକ୍ରବାର ଜବତ କରାଯାଇଛି। ସରକାରୀ ଅଧିକାରୀମାନଙ୍କୁ ବିଭ୍ରାନ୍ତ କରିବା ଲାଗି ‘ଡ୍ରଗ୍‌ ସିଣ୍ଡିକେଟ୍‌’ ଉକ୍ତ ହେରୋଇନ୍‌କୁ ଗୋଟାଏ ଅଭିନବ ଉପାୟରେ ପଠାଇଥିଲେ।

ଏକ ପଣ୍ୟବାହୀ ଜାହାଜ ଯୋଗେ ଗତ ୫ ମାସ ପୂର୍ବରୁ ଇରାନରୁ ଏହି ହେରୋଇନ୍ ରପ୍ତାନୀ ହୋଇଥିଲା। ଯାହା ଶୁକ୍ରବାର ଧରାପଡ଼ିଛି। ସେଥିରେ ୩୯୫ କିଲୋ ଓଜନର ୪ଟି ସନ୍ଦିଗ୍ଧ ବସ୍ତାକୁ ଫୋରେନ୍‌ସିକ୍‌ ପରୀକ୍ଷା କରାଯିବା ପରେ ହେରୋଇନ୍‌ ଥିବା ଜଣାପଡ଼ିଥିଲା। ଗତ କିଛି ଦିନ ପୂର୍ବେ ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ ଏବଂ ଭାରତୀୟ ତଟରକ୍ଷିବାହିନୀ ମିଳିତ ଉଦ୍ୟମରେ ରଢ଼ାଉ କରାଯାଇ ୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇ ଥିଲା। ନିଶାଦ୍ରବ୍ୟ ପାକିସ୍ତାନୀ ବୋଟରେ ଚାଲାଣ ହେଉଥିଲା। ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ୱର ମାସରେ ମୁନ୍ଦ୍ରା ପୋର୍ଟରୁ ୨୧ ହଜାର କୋଟି ଟଙ୍କାର ହେରୋଇନ ଜବତ କରାଯାଇଥିଲା।