ନଭେମ୍ବରର ପ୍ରଥମ ସପ୍ତାହରେ ୫ଦିନ ବନ୍ଦ ରହିବ ବ୍ୟାଙ୍କ୍

ନଭେମ୍ବରର ପ୍ରଥମ ସପ୍ତାହରେ ୫ଦିନ ବନ୍ଦ ରହିବ ବ୍ୟାଙ୍କ୍

ନଭେମ୍ବରର ପ୍ରଥମ ସପ୍ତାହରେ ବ୍ୟାଙ୍କ ୫ଦିନ ବନ୍ଦ ରହିବ। ନଭେମ୍ବରର ପ୍ରଥମ ସପ୍ତାହରେ ଦୀପାବଳି, ଭାଇ ଦୁଜ, ଗୋବର୍ଦ୍ଧନ ପୂଜା ଭଳି ପର୍ବ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଏବେଠାରୁ ବ୍ୟାଙ୍କ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରି ଦିଅନ୍ତୁ।ଏହାସହ ନଭେମ୍ବର ମାସର ଅନେକ ଦିନ ବ୍ୟାଙ୍କ୍ ଛୁଟି ରହୁଛି। ୭, ୧୪, ୨୧ ଓ ୨୮ ତାରିଖ ରବିବାର ହେଉଥିବା ବେଳେ ନଭେମ୍ବର ୧୩ ର ଦ୍ୱିତୀୟ ଶନିବାର ଓ ୨୭ରେ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ।