ଶ୍ରୀକ୍ଷେତ୍ରରେ ଲଜ୍ଜା,୫ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଶ୍ରୀକ୍ଷେତ୍ରରେ ଲଜ୍ଜା,୫ ବର୍ଷର ନାବାଳିକାକୁ ଦୁଷ୍କର୍ମ

ରାଜ୍ୟରେ ପୁଣି ଜଣେ ନାବାଳିକା ହେଲେ ଦୁଷ୍କର୍ମ ଶିକାର। ପୁରୀ ଟାଉନ ଥାନା ଅଞ୍ଚଳରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ନାବାଳିକା ଜଣକୁ ଛାତ ଉପରେ ଏକୁଟିଆ ଦେଖି ସେହି ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ମହେଶ ମହାନ୍ତି ବୋଲି ଜଣାପଡିଛି। ସେପଟେ ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ପୁରୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୁରୀ ଭଳି ଏକ ପବିତ୍ର ସ୍ଥାନରେ ଏପରି ଘଟଣା ଘଟିବା ନେଇ ସାଧାରଣରେ ମଧ୍ୟ ଉତେଜନା ଦେଖା ଦେଇଛି । ଯେଉଁବ୍ୟକ୍ତି ଏହି ଘଟଣାରେ ସଂଶ୍ଲିଷ୍ଟ ଅର୍ଥାତ ଏପରି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ରହିଛି, ତାଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ଗ୍ରହଣ କରାଯିବା ଉଚିତ ବୋଲି ସାଧାରଣରେ ଦାବି ହୋଇଛି।