ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବାଇକ୍‌, ଦୁଇ ମୃତ

ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବାଇକ୍‌, ଦୁଇ ମୃତ

ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବାଇକ୍‌ । ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।ଶନିବାର ସକାଳ ସମୟରେ ରାଇରଙ୍ଗପୁର- ଗ୍ରାମାଞ୍ଚଳ ଥାନା ଗୋପାଳପୁର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ରାଇରଙ୍ଗପୁର- ଗ୍ରାମାଞ୍ଚଳ ଥାନା ଗୋପାଳପୁର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସିମେଣ୍ଟ ବୋଝେଇ ଟ୍ରକକୁ ବାଇକ୍ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ଯାହାଫଳରେ ବାଇକ୍‌ରେ ଯାଉଥିବା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ ମହିଷାଲଧା ଗାଁର ଶାମ ମୁର୍ମୁ ଓ ଭଗାନ ମୁର୍ମୁ । ରାଇରଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।