ଆମେରିକା ରେ ପ୍ରଥମ ଥର ପାଇଁ ଓଡ଼ିଆ ଗୀତ

ଆମେରିକା ରେ ପ୍ରଥମ ଥର ପାଇଁ ଓଡ଼ିଆ ଗୀତ
ଆମେରିକା ରେ ପ୍ରଥମ ଥର ପାଇଁ ଓଡ଼ିଆ ଗୀତ

ଆମେରିକାରେ ପ୍ରଥମ ଥର ପାଇଁ ଶୁଣିବାକୁ ମିଳିବ ଓଡ଼ିଆ ଗୀତ। ଏହାକୁ ପ୍ରସ୍ତୁତ କେଉଛନ୍ତି ଓଡ଼ିଆ ଦମ୍ପତି ଖିତିଶ ଏବଂ  ରୋଜାଲୀନ। youtube channel odia vlogger ମାଧ୍ୟମରେ ଆମେରିକାରେ ଥିବା ସମସ୍ତ ଜିନିଷକୁ ଓଡ଼ିଆ ଲୋକ ଯେପରି ଦେଖିପାରିବେ ସେନେଇ କାର୍ଯ୍ୟକ୍ରମ ଚାଲିଛି। ବର୍ତ୍ତମାନ ଏକ ଓଡ଼ିଆ ଆଲବମ ଗୀତ  'ମୋ ଆଖିରେ ଲୁହ ଦେଇ ଗଲୁ ତୁ' ପ୍ରସ୍ତୁତ  ହୋଇଛି। ଏହି ଗୀତଟିକୁ ଓଡ଼ିଶାର  ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଗାଇଛନ୍ତି। ଆଜି  ସନ୍ଧ୍ୟା ରେ ଗୀତଟି  ରିଲିଜ ହେବ। ଏହି ଚ୍ୟାନେଲ ଦ୍ୱାରା ଆମେରିକା ବାସୀଙ୍କ lifestyle, Festival, farming, ଏହାସହ ସେଠାରେ ରହୁଥିବା ଓଡ଼ିଆ ଲୋକମାନେ ପାଳନ କରୁଥିବା ପର୍ବ ପାଳନ କେମିତି କରୁଛନ୍ତି ଓଡ଼ିଶାରେ ଥାଇ ମଧ୍ୟ ଲୋକେ ଦେଖି ପାରିବେ।  ଚ୍ୟାନେଲ କୁ Like, follow and suscribe କରିବାକୁ କୁନି ଝିଅ ରୋହୀ ଅନୁରୋଧ କରିଛନ୍ତି।