୬ରୁ ଆଉ ଏକ ଲଘୁଚାପ

୬ରୁ ଆଉ ଏକ ଲଘୁଚାପ

ଘନିଭୂତ ହେଉଛି ଆଉ ଏକ ଲଘୁଚାପ। ଆସନ୍ତା ୬ ତାରିଖରେ ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହେବ ଏହି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ କାରଣରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ମୌସୁମୀ ଜନିତ ନିମ୍ନ ଚାପ ରେଖା ନାଲିଆରୁ ବାହାରି ଓଡ଼ିଶାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାରି ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ପାଇଁ ୟେଲୋ ବର୍ଣ୍ଣିନିଂ ଜାରି କରିଛି ପାଣିପାଗ ବିଭାଗ। ଅଗଷ୍ଟରେ କମ ବର୍ଷା ହୋଇଥିବାବେଳେ ସେପ୍‌ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ କିମ୍ବା ପାଖାପାଖି ସ୍ୱାଭାବିକ ବର୍ଷା ହେବ ବୋଲି କୁହାଯାଉଛି ।