ଭାରତ ପରେ ଏବେ ଚୀନ୍‌ର ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଆମେରିକା ସମେତ ବିଶ୍ୱର ୧୦୫ଟି ଆପ୍‌ ଉପରେ ଲଗାଇଲା ପ୍ରତିବନ୍ଧକ...

ଭାରତ ପରେ ଏବେ ଚୀନ୍‌ର ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଆମେରିକା ସମେତ ବିଶ୍ୱର ୧୦୫ଟି ଆପ୍‌ ଉପରେ ଲଗାଇଲା ପ୍ରତିବନ୍ଧକ...

ଭାରତର ଡିଜିଟାଲ୍‌ ଷ୍ଟ୍ରାଇକ୍‌କୁ କମ୍ୟୁନିଷ୍ଟ ଦେଶ ଚୀନ୍‌ ଅନୁସରଣ କରିଛି । ସୂଚନା ଅନୁସାରେ, ଚୀନ୍‌ର କମ୍ୟୁନିଷ୍ଟ ସରକାର ସେ ଦେଶରେ ବ୍ୟବହ୍ୟତ ୧୦୫ଟି ଲୋକପ୍ରିୟ ଆପ୍‌କୁ ବ୍ୟାନ୍‌ କରିଛନ୍ତି । ଏହିସବୁ ଆପ୍‌ ଭିତରେ ସାମିଲ ରହିଛି ଆମେରିକାର ଲୋକପ୍ରିୟ ଟ୍ରାଭେଲ୍‌ ଫର୍ମ ଟ୍ରିପ୍‌ ଆଡ଼ଭାଇଜର୍‌ ଆପ୍‌ । ପ୍ରତିବନ୍ଧକ ଲଗାଯାଇଥିବା ୧୦୫ଟି ଆପ୍‌ଗୁଡ଼ିକରେ ଅଶ୍ଳୀଳ ସାହିତ୍ୟ, ବେଶ୍ୟାବୃତ୍ତି, ଜୁଆ ଓ ହିଂସା ଭଳି ଅପରାଧକୁ ପ୍ରଶୟ ଦିଆଯାଇ ଦେଶରେ ଅରାଜକତା ସୃଷ୍ଟି କରାଯାଉଥିଲା ବୋଲି ଚୀନ୍‌ର ସାଇବରସ୍ପେସ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି । ସାଇବର୍‌ ଆଇନ ଉଲଙ୍ଘନ କରୁଥିବା ଶ୍ରେଷ୍ଠ ବିକଳ୍ପ ଭାବରେ ଏହି ଆପ୍‌ଗୁଡ଼ିକୁ ଚୀନ୍‌ରେ ବ୍ୟାନ୍‌ କରାଯାଇଛି ବୋଲି ସାଇବରସ୍ପେସ୍‌ ପ୍ରଶାସନ ସୂଚନା ଦେଇଛି । ଏଠାରେ ଜାଣିବା ବିଧେୟ ଯେ, ଭାରତ ସରକାର ବର୍ତ୍ତମାନ ସୁଧା ଚୀନ୍‌ର ପ୍ରାୟ ୨୨୦ଟି ମୋବାଇଲ୍‌ ଆପ୍‌କୁ ଡାଟା ଚୋରି ଅଭିଯୋଗରେ ଭାରତରେ ବ୍ୟାନ୍‌ କରିସାରିଛନ୍ତି ।